ଫେରୁଛନ୍ତି ରିଆ

ମୁମ୍ବାଇ: ଦୀର୍ଘ ପ୍ରାୟ ଦୁଇ ବର୍ଷ ପରେ ପୁଣିଥରେ ଗ୍ଲାମରସ ଦୁନିଆକୁ ଫେରିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହି ମାମଲାରେ ରିଆ ସମ୍ପୃକ୍ତ ଥିବା ଜଣାପଡିଥିଲା । ଏହାପରଠାରୁ ତାଙ୍କୁ ଆଉ କାମ ମିଳି ନଥିଲା । ପରେ ପରେ ଡ୍ରଗ୍ସ ମାମଲାରେ ତାଙ୍କର ସମ୍ପୃକ୍ତି ତାଙ୍କୁ ବିବାଦୀୟ କରିପକାଇଥିଲା । ଏବେ ରିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଯେଉଁଥିରେ ସେ ଏକ ଷ୍ଟୁଡିଓରେ ଡବିଂ କରୁଥିବା ଦେଖାଯାଇଛି । ହାତରେ ସ୍କ୍ରିପ୍ଟ ସହ ମାଇକ ସାମ୍ନାରେ ସେ ଠିଆ ହୋଇଛନ୍ତି । ଏହି ସମୟର ଏକ ଭିଡିଓ ରିଆ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ତେବେ ଭିଡିଓ ଶେୟାର କରି ରିଆ ଲେଖିଛନ୍ତି, ମୁଁ ମୋ ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ ମୋ ଅସୁବିଧା ସମୟରେ ମୋ ସହ ଥିଲେ । ସମ୍ପୂର୍ଣ୍ଣ ଦୁଇ ବର୍ଷ ପରେ ମୁଁ ପୁଣିଥରେ କାମକୁ ଫେରିଛି । ଯାହାବି ହେଉ ସୂର୍ଯ୍ୟ ସବୁବେଳେ ଚମକୁଥାଏ । ଅଭିନୟ ଦୁନିଆକୁ ଫେରିଥିବା ରିଆ କିନ୍ତୁ କିଛିଦିନ ହେବ ସୋସିଆଲ ମିଡିଆରେ ଆକ୍ଟିଭ ହୋଇ ଯାଇଥିଲେ ।

Share