ସୁଶାନ୍ତଙ୍କୁ ଝୁରୁଛନ୍ତି ପ୍ରେମିକା, ଭିଡିଓ ଶେୟାର କରି ଲେଖିଲେ…

ବମ୍ବେ: ପ୍ରେମିକ ତଥା ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିବାଦକୁ ଚାଲିଆସିଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଧିରେ ଧିରେ କଥା ଜେଲ ଯିବା ଯାଏ ବଢ଼ିଥିଲା। ଏବେ ଜେଲରୁ ମୁକୁଳି ସ୍ବାଭାବିକ ଜୀବନ ଜିଇଁବାକୁ ଚେଷ୍ଟା କରୁଛନ୍ତି ସେ। ଶୁକ୍ରବାର ସୁଶାନ୍ତଙ୍କ ୩୬ତମ ଜନ୍ମଦିନ ଉପଲକ୍ଷେ ସେ ଭାବବିହ୍ବଳ ହୋଇଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ରିୟା ଉଭୟଙ୍କ ଏକ ଭିଡିଓ ଶେୟାର କରି ‘ମିସ୍‌ ୟୁ ସୋ ମଚ୍‌’ ବୋଲି ଲେଖିଛନ୍ତି।

ରିୟା ଶେୟାର କରିଥିବା ଭିଡିଓଟି ଭାଇରାଲ ହେଉଥିବା ବେଳେ ସୁଶାନ୍ତଙ୍କ ପ୍ରଶଂସକ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ତାଙ୍କୁ ସୁଶାନ୍ତଙ୍କ ମୃତ୍ୟୁର ଦୋଷୀଙ୍କ ବିଷୟରେ ପୋଲିସକୁ କୁହ ବୋଲି କହୁଥିବା ବେଳେ କିଛି ଏହି ଯୋଡ଼ିଙ୍କୁ ମିସ୍‌ କରୁଥିବା କହୁଥିବା ଦେଖାଯାଉଛି।

ଦେଖନ୍ତୁ ଭିଡିଓ:

Share