ରିୟାଙ୍କ ଜାମିନ ଆବେଦନ ଖାରଜ, ଜେଲ୍‌ରେ ରହିବେ ଭାଇ, ଭଉଣୀ

ମୁମ୍ବାଇ,୧୧।୯: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଡ୍ରଗ୍ସ ମାମଲାରେ ମୁମ୍ବାଇ ସେସନ୍ସ କୋର୍ଟ ୬ ଅଭିଯୁକ୍ତ ରିୟା, ତାଙ୍କ ସୋଭିକ, ଦୀପେଶ ସାଓ୍ବନ୍ତ, ସାମୁଏଲ ମିରାଣ୍ଡା, ଜୈଦ୍‌, ବାସିଦ ପରିହାରଙ୍କ ଜଣଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଫଳରେ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ବାଇକୁଲ୍ଲା ଜେଲ୍‌ରେ ରହିବେ ବୋଲି ଜଣାପଡିଛି। ଏହା ପୂର୍ବରୁ ମଧ୍ୟ ରିୟାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ଏବେ ରିୟାଙ୍କ ଓକିଲ ହାଇକୋର୍ଟ ଯିବେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟ ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କୁ ଗିରଫ କରି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲା ନିଶା ନିବାରଣ ବ୍ୟୁରୋ (ଏନସିବି)। ରିୟାଙ୍କୁ ବାଇକୁଲ୍ଲା ମହିଳା କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ରିୟା ଚକ୍ରବର୍ତ୍ତୀଙ୍କୁ ଜେଲର ତଳ ମହଲାରେ ଏକ ଅଲଗା କୋଠରୀରେ ରଖାଯାଇଛି।

Share