ରିଆ ଜଣେ ବିଷକନ୍ୟା: ସ୍ବାମୀ

ନୂଆଦିଲ୍ଲୀ, ୩୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନେଇ ସିବିଆଇ ତଦନ୍ତ ଜାରି ରହିଛି। ଏପରିସ୍ଥଳେ ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସ୍ବାମୀ କହିଛନ୍ତି ଯେ, ରିଆ ଜଣେ ବିଷକନ୍ୟା। ସେ ଟୁଇଟ୍‌ କରି ଏଭଳି ମନ୍ତବ୍ୟ ଦେଇଛନ୍ତି। ରିଆଙ୍କୁ ପୋଲିସ ହେପାଜତରେ ରଖି ପଚରାଉଚରା କରାଯିବା ଆବଶ୍ୟକଥିବା ସେ କହିଛନ୍ତି। ଏବେ ସ୍ବାମୀଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାପୂର୍ବରୁ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଏବଂ ଜହର ଦିଆଯାଇଥିବା ନେଇ ସ୍ବାମୀଙ୍କ ମନ୍ତବ୍ୟ ବେଶ୍‌ ଚର୍ଚ୍ଚାରେ ଥିଲା। ମୁମ୍ବାଇ ପୋଲିସର ତଦନ୍ତ ପ୍ରକ୍ରିୟାକୁ ସ୍ବାମୀ ପସନ୍ଦ କରି ନ ଥିଲେ। ଶବ ବ୍ୟବଚ୍ଛେଦରେ କାହିଁକି ବିଳମ୍ବ ହେଲା ବୋଲି ସେ ପ୍ରଶ୍ନ କରିଥିଲେ।

Share