ସୋନମଙ୍କ ପୁଅର ନିକନେମ ରିଭିଲ କଲେ ମାଉସୀ ରିଆ

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁର ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି । ପତି ଆନନ୍ଦ ଆହୁଜା ଓ ପୁଅ ସହ ପିତା ଅନିଲ କୁପରଙ୍କ ଘରକୁ ଆସିଛନ୍ତି ସୋନମ । ତେବେ ସୋନମଙ୍କ ପୁଅକୁ ଗ୍ରାଣ୍ଡ ୱେଲକମ୍ କରଯାଇଛି । କପୁର ପରିବାରରେ ଗ୍ରାଣ୍ଡ ସେଲିବ୍ରେଶନର ମାହୋଲ କିଛି ଖାସ୍ ଥିବା କୁହାଯାଉଛି । ଏବେ ଏହାର କିଛି ଫଟୋ ସୋନମଙ୍କ ଭଉଣୀ ରିଆ କପୁର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହାସହ ସେ ସୋନମଙ୍କ ପୁଅର ନିକନେମ ରିଭିଲ କରିଛନ୍ତି । ରିଆଙ୍କ ପୋଷ୍ଟରୁ ଜଣାପଡିଛି ସୋନମଙ୍କ ପୁଅର ନିକନେମ ହେଉଛି ସିମ୍ବା ।
ତାଙ୍କୁ ୱେଲକମ କରିବାକୁ ଘରକୁ ସମ୍ପୂର୍ଣ୍ଣ ଭାବେ ୟେଲୋ ଓ ବ୍ଲୁ ବେଲୁନରେ ସଜାଯିବା ସହ ‘ୱେଲ କମ ହୋମ’ର ଏକ ବଡ ବ୍ୟାନର ଲଗାଯାଇଥିଲା । କାନ୍ଥରେ ‘ବେବି କପୁର ଆହୁଜା’ ବୋଲି ଲେଖାଯାଇଥିଲା । ଆଉ ଏକ ବ୍ୟାନରରେ ‘ହମାରେ ସିମ୍ବାକା ଘର ପର ସ୍ୱାଗତ ହୈ’ ବୋଲି ବି ଲେଖାଯାଇଥିଲା । ରିଆ କପୁର ନିଜେ କହିଥିଲେ ପୁଅର ନିକନେମ ସିମ୍ବା ରଖାଯାଇଛି ।
ସୂଚନାଯୋଗ୍ୟ, ଅଗଷ୍ଟ ୨୦ରେ ସୋନମ କପୁର ଅଫିସିଆଲ ଇନଷ୍ଟାଗ୍ରାମ ଜରିଆରେ ଜଣାଇଥିଲେ କି ସେ ମାଆ ହୋଇଯାଇଛନ୍ତି । ସେ ଲେଖିଥିଲେ ୨୦ ଅଗଷ୍ଟକୁ ଆମେ ଆମର ସୁନ୍ଦର ବେବି ବୟକୁ ମୁଣ୍ଡ ନୁଆଇଁ, ଖୋଲା ହୃଦୟରେ ୱେଲକମ କରିଛୁ । ଏହାସହ ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଓ ପରିବାର ଯେଉଁମାନେ ଏହି ସଫରରେ ତାଙ୍କ ସହ ଥିଲେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ସୋନମ । ଏହା କେବଳ ଆରମ୍ଭ ମାତ୍ର ଏବେ ଆମର ଜୀବନ ସମ୍ପୂର୍ଣ୍ଣ ବଦଳିିବ ।
ସୋନମ ୨୦ ଅଗଷ୍ଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ କପୁର ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା । କେବଳ କୁପର ପରିବାର ନୁହେଁ ସୋନମଙ୍କ ପ୍ରଶଂସକମାନେ ବି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁତ୍ର ସନ୍ତାନର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଥିଲେ ।

Share