ବାତ ବ୍ୟାଧିର ଉପଚାର

ମାନବ ଶରୀର ତ୍ରିଦୋଷ (ବାତ, ପିତ୍ତ, କଫ)ର ବିକୃତି କାରଣରୁ ବ୍ୟାଧି ଉତ୍ପନ୍ନ ହୁଏ। ବାତ ବିକୃତି କାରଣରୁ ପକ୍ଷାଘାତ (ପାରାଲିସିସ୍‌), ଆମବାତ (ରୁମାଟଏଡ୍‌ ଆଥର୍‌ରାଇଟିସ୍‌), ଆଣ୍ଠୁଗଣ୍ଠିବାତ (ଜଏଣ୍ଟପେନ୍‌), ଅପସ୍ମାର (ଇପିଲେପ୍‌ସି), କଟିଗ୍ରହ (ଲୁମ୍ବାର ସ୍ପଣ୍ଡିଲିସିସ୍‌), ଗ୍ରୀବାଗ୍ରହ (ସର୍‌ଭାଇକାଲ ସ୍ପଣ୍ଡିଲିସିସ୍‌), ଗୃଧ୍ରସୀ (ସାଇଟିକା), ହନୁଗ୍ରହ (ଫେସିଆଲ୍‌ ପାରାଲିସିସ୍‌) ଆଦି ରୋଗ ହେବାର ଦେଖାଯାଇଥାଏ। ବାତ ବ୍ୟାଧି ରୋଗୀ କାର୍ଯ୍ୟକ୍ଷମ ହେବା କାରଣରୁ ତାଙ୍କୁ ସେବାର ଆବଶ୍ୟକତା ରହିଥାଏ। ଯଦି ଉତ୍ତମ ସେବା ଶୁଶ୍ରୂଷା ନ ମିଳେ, ତେବେ ସେ ଆରୋଗ୍ୟ ହେବା କଷ୍ଟକର ହୋଇପଡ଼େ। ଏଥିପାଇଁ ଉତ୍ତମ ଚରିତ୍ରସମ୍ପନ୍ନ, ରାଗ ଦ୍ୱେଷ ରହିତ ସୁଖ ଭାବାପନ୍ନ ପରିଚାରିକା, ସେବିକା ବା ପରିବାର ସଦସ୍ୟ ଆନ୍ତରିକତା ଭାବସମ୍ପନ୍ନ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେବା କଲେ ରୋଗୀ ଶୀଘ୍ର ଆରୋଗ୍ୟ ହୋଇପାରିବ।
ଏହି ରୋଗଗୁଡ଼ିକରେ ରୋଗୀକୁ ପ୍ରଥମେ ସ୍ନେହନ, ସ୍ବେଦନ ଓ ବିରେଚନ ଦେଇ ସଂଶୋଧନ ଚିକିତ୍ସା ବା ଡେଟେକ୍ସିକେସନ୍‌ କରିବା ଉଚିତ୍‌। ବାତ ଦୋଷକୁ ସାମ୍ୟାବସ୍ଥାରେ ଆଣିବା ପାଇଁ ରୋଗ ଅନୁଯାୟୀ ବାତନାଶକ ତୈଳରେ ଅଭ୍ୟଙ୍ଗ/ ମାଲିସ୍‌ କରିବା ଉଚିତ୍‌। ଏହି ତୈଳକୁ ଏକ ଷ୍ଟିଲ୍‌ ପାତ୍ରରେ ନିଆଁରେ ଉଷୁମ କରି ମାଲିସ୍‌ କଲେ ଆଶୁ ଫଳ ମିଳେ। ତତ୍‌ ସଙ୍ଗେ ସଙ୍ଗେ ଆକ୍ରାନ୍ତ ଅଙ୍ଗକୁ ସ୍ବେଦନ ବା ବାମ୍ଫ ଦିଆଯାଏ। ରୋଗୀକୁ ତୈଳାଭ୍ୟଙ୍ଗ ପରେ ଗୋଟିଏ ଖଟ ବା ଟେବୁଲ ଉପରେ ଶୁଆଇ ବା ବସାଇ ଦିଆଯାଏ। ତା’ପରେ ଏକ ମୁଖ ଘୋଡ଼ଣୀ ଥିବା ହାଣ୍ଡି ବା ବଡ଼ ପ୍ରେସରକୁକୁର୍‌ରେ ବାତନାଶକ ଦ୍ରବ୍ୟ ବଳା, ରାସ୍ନା, ଶାଳପର୍ଣ୍ଣି, ପୃଷ୍ଣପର୍ଣ୍ଣି, ବୃହତୀ, କଣ୍ଟକାରୀ, ଗୋକ୍ଷୁରା, ବିଲ୍ବ, ଶୈନାକ (ଅଗ୍ନିମନ୍ଥ), ପାଟଳି, ଗମ୍ଭାରୀ ଇତ୍ୟାଦି ଦ୍ରବ୍ୟକୁ ଦରକୁଟା କରି ୪ଗୁଣ ପାଣିରେ ସିଝା ଯାଇଥାଏ। ତା’ ପରେ ସେହି ବାମ୍ଫକୁ ଏକ ପାଇପ୍‌ ସାହାଯ୍ୟରେ ଆଣି ପୂର୍ବରୁ ତୈଳାଭ୍ୟଙ୍ଗ ହୋଇଥିବା ଆକ୍ରାନ୍ତ ସ୍ଥାନରେ ଛଡ଼ାଯାଏ। ବର୍ତ୍ତମାନ ପଞ୍ଚକର୍ମ ଚିକିତ୍ସା କେନ୍ଦ୍ରରେ ଏହା ସହଜରେ ଉପଲବ୍ଧ ହେଉଅଛି। ଏଥିସହ ରୋଗୀର ବଳାବଳକୁ ଦେଖି ପ୍ରତି ତିନି ଦିନରେ ଥରେ ବିରେଚନା ପାଇଁ ଔଷଧ ବା ଏନିମା ଦିଆଯାଏ। ରୋଗୀକୁ ଦୈନିକ ଉଷୁମ ଜଳରେ ସ୍ନାନ କରାଯାଇଥାଏ।

ଡା. ଆଶିଷ ବାନାର୍ଜୀ
– ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୩୭୪୮୫


Enter your email to get our daily news in your inbox.

All Right Reserved By Dharitri.Com

ଆନିଭର୍ସାରିରେ ଲାଇଫ୍‌ ପାର୍ଟନର୍‌ଙ୍କୁ ଦିଅନ୍ତୁ ଏମିତି ଗିଫ୍ଟ…ହୋଇଯିବେ ଖୁସି

ବିବାହ ପରେ ପ୍ରଥମ ଆନିଭର୍ସାରିକୁ ମେମୋରେବଲ୍‌ କରିବାକୁ ଆଜିକାଲି ସବୁ କପଲଙ୍କର ଇଚ୍ଛା ରହିଛି । ତେଣୁ ଏହି ଦିନଟିକୁ କିପରି ସ୍ପେଶାଲ କରିବେ ଭାବିଭାବି...

ପିଲାଟିକୁ ଖାଦ୍ୟ ପ୍ରତି ଆଗ୍ରହ ସୃଷ୍ଟି କରାଇବାକୁ ଚାହୁଁଥିଲେ… ଆପଣାନ୍ତୁ ଏହି ଟିପ୍ସ

ପିଲାଟିକୁ ଜନ୍ମଦେବା ପରେ ତାହାର ଲାଳନପାଳନ ଦାୟିତ୍ୱ ମା’କୁ ହିଁ ନେବାକୁ ପଡ଼ିଥାଏ। କାରଣ ଶିଶୁଟିକୁ ଠିକ୍‌ ସମୟରେ ଖୁଆଇବା ସହ ତାହାର ସ୍ବାସ୍ଥ୍ୟ ପ୍ରତି...

କିଡ୍‌ନୀ ଫେଲ୍‌ ହେଲେ ଦେଖାଦିଏ ଏସବୁ ଲକ୍ଷଣ

କିଡ୍‌ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ପ୍ରତିଶତ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ...

ଡାକ୍ତରୀ ଜୀବନ

ମଣିଷ ସୃଷ୍ଟିର ଇତିହାସ ଯେତେ ପୁରୁଣା, ହୁଏତ ସେତିକି ପୁରୁଣା ରୋଗୀ ଆଉ ଚିକିତ୍ସକଙ୍କ ମଧ୍ୟରେ ସମ୍ପର୍କ। ତେଣୁ ମୁନିଋଷି, ଦାର୍ଶନିକ, ରାଜା ମହାରାଜା, ଏପରିକି...

ଏହି ୪ ଗୁଣ ମହିଳାଙ୍କ ଭିତରେ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ...

ସୁଖ-ସମୃଦ୍ଧି ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ଲୁଣ, ଜାଣନ୍ତୁ କ’ଣ କୁହେ ବାସ୍ତୁ…

ଲୁଣକୁ କେବଳ ଖାଦ୍ୟରେ ବ୍ୟବହାର କରାଯାଏ ତାହା ନୁହେଁ, ସୁଖ-ସମୃଦ୍ଧି ବୃଦ୍ଧି ହେଉ ଅବା ଶରୀରର ଥକାପଣକୁ ଦୂର କରିବାରେ ବି ଏହାର ଥାଏ ଅନେକ...

କେବଳ ଘରର ସୌନ୍ଦର୍ଯ୍ୟ ନୁହେଁ, ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

ଘରକୁ ନାଶ କରିଦେବ ଏହି ଗଛର ଛାଇ, ସାଜିପାରେ ଅକାଳ ମୃତ୍ୟୁର କାରଣ

ବେଳେବେଳେ ଘର ନିର୍ମାଣ କରିବା ସମୟରେ ଆମ ଚାରିପାଖରେ ଉପସ୍ଥିତ ଜିନିଷ ପ୍ରତି ଧ୍ୟାନ ଦେଇନଥାଉ । ଏହି କାରଣରୁ,ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri