ଭବାନୀପାଟଣା,୨୫।୩(ଡି.ଏନ୍.ଏ.): ଗୁରୁବାର ଜଣେ ଲାଞ୍ଚୁଆ ରାଜସ୍ବ ନିରୀକ୍ଷକ(ଆର୍ଆଇ) ଜମି ମ୍ୟୁଟେସନ କରାଇ ଦେବାକୁ କହି ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା ନର୍ଲା ବ୍ଲକ ତୁଲାପଡ଼ା ଆରଆଇ ଥବୀର ଭୋଇ ଜଣେ ଚାଷୀଙ୍କୁ ଜମି ମ୍ୟୁଟେସନ କରାଇ ଦେବାକୁ କହି ୫ହଜାର ଟଙ୍କା ଅସ୍ଥାୟୀ କର୍ମଚାରୀଙ୍କ ମାଧ୍ୟମରେ ଲାଞ୍ଚ ନେବା ବେଳେ ସେ ଓ ସହଯୋଗୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତେବେ ଆର୍ଆଇଙ୍କ ନିଜ ଗାଁ କେସିଙ୍ଗା ବ୍ଲକ ଲଇତରାକୁ ଯାଇ ଭିଜିଲାନ୍ସ ବିଭାଗ ଅଧିକ ତଦନ୍ତ କରିବା ସହ ଆରଆଇଙ୍କୁ ଗିରଫ କରିଛି।