ଭିଜିଲାନ୍ସ ଜାଲରେ ଆରଆଇ

ଜଗତସିଂହପୁର,୪।୮: ଜଗତସିଂହପୁର ଜିଲା ଏରସମା ତହସିଲର ଗୋଡ଼ା ରାଜସ୍ବ ନିରୀକ୍ଷକ (ଆରଆଇ)ନୃସିଂହ ଚରଣ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି ମ୍ୟୁଟେସନ ମାମଲାରେ ଜଣେ ବ୍ୟକ୍ତିଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ନେଇଇନ୍ତି। ତାଙ୍କଠାରୁ ଉକ୍ତ ଟଙ୍କା ଜବତ କରାଯାଇଛି। ଲାଞ୍ଚ ନେଇ ଧରାପଡ଼ିବା ପରେ ରାଉତଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ହୋଇଛି।