Advertisement

ଜମି ଚି଼ହ୍ନଟ ପାଇଁ ଲାଞ୍ଚ ନେବାବେଳେ ଆର ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌

କୋରାପୁଟ,୧୯।୧୨(ଅମିତାଭ ବେହେରା ): ଜମି ଚି଼ହ୍ନଟ ପାଇଁ ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ। କୋରାପୁଟ ଜ଼ିଲା ଲମତାପୁଟ ଆରଆଇ ବିଜୟ କୁମାର ବାଘ ମାଲେଙ୍ଗା ଗ୍ରାମର ହରି ନାୟକଙ୍କ ଜମି ଚି଼ହ୍ନଟ ପାଇଁ ତାଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କାରି ନେଇଥିଲା। ତାଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରିବା ସହିତ ଏହିମାମଲାରେ ପିଅନ ରୋହିତ ପାଢ଼ୀଙ୍କୁ ଅଟକ ରଖି ଜୟପୁର ଭିଜିଲାନ୍ସ ଟିମ୍‌ ଅଧିକ ପଚାର ଉଚାରା ଜାରିରଖିଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share