ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

ଜମନକିରା,୧୮ା୪(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଜମନକିରା ପଞ୍ଚାୟତ ମହକୁମା ଚାହାବଗାନ ପଡ଼ାର ଦୁଃଖ ମିଞ୍ଜ ଓରଫ ଦୁଃଖ ଓରାମଙ୍କ (୪୦) ଠାରୁ ଜମି ଭାଗବଣ୍ଟା ପାଇଁ ରଙ୍ଗପ୍ରଲେପ ଦିଆ ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍‌ ହାତରେ ଧରା ପଡ଼ିଛନ୍ତି ଆରଆଇ ମନୋଜ କୁମାର ମହାନନ୍ଦ। ତେବେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

Share