କୃଷି ଜମିକୁ ଘରୋଇ ଜମି କରିବା ପାଇଁ ଲାଞ୍ଚ ନେଉଥିଲେ ଆର୍‌ଆଇ, ପଡ଼ିଲେ ଭିଜିଲାନ୍ସ ପଞ୍ଝାରେ

ଭଦ୍ରକ,୧୪ା୧୧(ସନାତନ ରାଉତ): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନରେ କାର୍ଯ୍ୟ କରୁଥିବା ଆର୍‌ଆଇ ଭାଗବତ ଖଟୁଆଙ୍କୁ ଓଡ଼ିଶା ଭିଜିଲାନ୍ସ କର୍ମଚାରୀ ମାଡ଼ି ବସିଛନ୍ତି। ଏକ ମ୍ୟୁଟେଶନ ମାମଲାରେ କୃଷି ଜମିକୁ ଘରୋଇ ଜମିରେ ପରିଣତ କରିବା ପାଇଁ ତାଙ୍କ ପକ୍ଷରେ କ୍ଷେତ୍ର ଅନୁସନ୍ଧାନ ରିପୋର୍ଟ ଦାଖଲ କରିବାକୁ ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖବର ପାଇ ଭିଜିଲାନ୍ସ ନଗଦ ଟଙ୍କା ସହ ଖଟୁଆଙ୍କୁ ମାଡ଼ିବସିଛି। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କେସ୍‌ ନଂ ୧୫/୨୪ରେ ଏକ ମାମଲା ଦାୟର ହୋଇଛି।

Share