ଆହାର କେନ୍ଦ୍ରରେ ଭାତ, ଡାଲମା ସାଙ୍ଗକୁ ମିଳିବ ନୂଆ ଆଇଟମ

ଭୁବନେଶ୍ୱର ୨୭।୫(ବ୍ୟୁରୋ): ରାଜ୍ୟ ସରକାର ଆହାର ୧.୨ ରୁ ୨.୨ କରିବାକୁ ଯୋଜନା କରୁଛନ୍ତି । ଆହାରକେନ୍ଦ୍ରରେ ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ । ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସ୍‌ଏସ୍‌ଜି ମହିଳାମାନଙ୍କୁ ୭ ତାରିଖ ଭିତରେ ପଇସା ପୈଠ ନିର୍ଦ୍ଦେଶ ଦିଆଯାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ସର୍ଟ ପ୍ରାଇଜ ରାଜ୍ୟ ଆହାର ନୋଡାଲ ଅଫିସର ଓ ଟିମ ପରିଦର୍ଶନ କରି ସୂଚନା ଦେଇଛନ୍ତି।
ଏହା ସହ ସେ ଖାଦ୍ୟର ମାନ ଓ ପରିଷ୍କାର ପରିଛନ୍ନତା ନେଇ ଯାଞ୍ଚ କରିଛନ୍ତି । ମୁଖ୍ୟତଃ ଯେଉଁମାନେ ଖାଦ୍ୟ ଖାଉଛନ୍ତି ସେମାନଙ୍କର ଅସୁବିଧା ଓ ଆଶ୍ୟକତା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ତେବେ ଏହି ସମ୍ପର୍କରେ ନୋଡାଲ ଅଫିସର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ବିଭାଗ ରିଭିୟୁ କରାଯାଇଛି । ତେବେ ବର୍ତ୍ତମାନ ଲୋକଙ୍କୁ ଭାତ ଡାଲମା ଦିଆଯାଉଛି ତେବେ ଆଗକୁ ଆଉ ନୂଆ ଆଇଟମ ଯୋଡ଼ିବା ପାଇଁ ଆଲୋଚନା କରାଯାଇଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିଲେ ଏନେଇ କାର୍ଯ୍ୟ ହେବ।

Share