୫୦ଏକର ଜମିରେ ଚାଷ ନଷ୍ଟ

କେସିଙ୍ଗା,୧୩।୮(ତୁମେଶ୍ୱର ସାହୁ)ଓଡ଼ିଶା ଉଠାଜଳସେଚନ କର୍ପୋରେସନ କଳାହାଣ୍ଡି ପକ୍ଷରୁ କେସିଙ୍ଗା ବ୍ଲକର ଭମରମାଲ ଗ୍ରାମରେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଏକ ଉଠାଜଳସେଚନ ପ୍ରକଳ୍ପ କାମ ଚାଲିଛି। ନିର୍ମାଣ କରିବା ପାଇଁ ୨୬ଲକ୍ଷ ୮୦ହଜାର ବ୍ୟୟ ଅଟକଳରେ ଦିବ୍ୟରଞ୍ଜନ ପଣ୍ଡା ନାମକ ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜକୁ ଦୁଇ ବର୍ଷ ବିତିଗଲାଣି ଚାଷୀଙ୍କୁ ପାଣି ଯୋଗାଇବାରେ ବିଫଳ ହୋଇଛି। ଭମରମାଲ ଗ୍ରାମର ୩୦ଜଣ ଚାଷୀଙ୍କ ୫୦ଏକର ଜମିକୁ ଜଳସେଚିତ କରିବା ପାଇଁ ଦେହେରେନ ଜୋରରେ ଏହି ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଦେହେରେନ ଜୋର ନିକଟରେ ସ୍ଥାପନ କରିଥିବା ଟ୍ରାନ୍ସଫର୍ମରର ଚତୁଃପାର୍ଶ୍ୱ ଠିକ ଭାବେ ବାଉଣ୍ଡାରୀ ୱାଲ ଦିଆଯାଇ ନ ଥିବାରୁ ଗୋରୁଙ୍କ ପ୍ରତି ବିପଦ ରହିଛି। ଉଠାଜଳସେଚନ ପଏଣ୍ଟ ଠାରୁ ଏକ କିମି ଯାଏ ଅତି ନିମ୍ନମାନର ପ୍ଲାଷ୍ଟିକ ପାଇପ ମାଟି ତଳେ ସଂଯୋଗ କରାଯାଇଛି। ପାଇପ ଳାଇନ ମାଟି ତଳେ ପୋତିଲା ବେଳେ ଜେସିପି ମେସିନ ଦ୍ୱାରା ମାଟି ପକାଇ ଦେବାରୁ ଅଧିକାଂଶ ଜାଗାରେ ପାଇପ ଫାଟି ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପମ୍ପ ହାଉସରେ ବିଦ୍ୟୁତ୍‌ ତାର ଟଣା ଯାଇଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ନାହିଁ। ମୋଟର ମଧ୍ୟ ପମ୍ପ ହାଉସରେ ସଂଯୋଗ କରାଯାଇ ନାହିଁ। ଦୀର୍ଘ ୩୦ବର୍ଷର ଭଗ୍ନ ପୁରୁଣା ଚେକ ଡ୍ୟାମରୁ ପାଣି ସଂଯୋଗ କରିବା ପାଇଁ ଏହି ପମ୍ପ ହାଉସ ସ୍ଥାପନ କରାଯାଇଛି। ସ୍ବଳ୍ପବର୍ଷା ଯୋଗୁ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଷୀଙ୍କ ରୁଆ ଧାନରେ ପାଣି ଅଭାବ ଯୋଗୁ ୫୦ଏକର ଜମି ମଧ୍ୟରୁ ପ୍ରାୟ ୫ଏକର ଜମିର ରୁଆ ଧାନ ମରିବାକୁ ବସିଲାଣି। କେତେକ ଜମିରେ ପାଣିର ଅଭାବ ଯୋଗୁ ଜମି ଫାଟି ଯାଇଛି। ଭମରମାଲ ଗ୍ରାମର ଚାଷୀ ଧରଣୀ ମାଝୀ, ଯୁଗାନ୍ତ ମାଝୀ, ସରୋଜ ମାଝୀ, ଦୋରାନ୍ତ ମାଝୀ, ଦାଶରଥି ମାଝୀ, ବିଜୟ ମାଝୀ, ତେଜରାଜ ମାଝୀ, କାମଦେବ ମାଝୀ, ଦିଗାମ୍ବର ମାଝୀ, କମ୍ଭୁ ପାଣି ମାଝୀ, ଫକୀର ମାଝୀ, ଧନକର ମାଝୀ, ତପନ ମାଝୀଙ୍କ ପ୍ରାୟ ୧୫ଏକର ଜମିରେ ପାଣି ନ ଥିବାରୁ ରୁଆ ଧାନ ମରି ଗଲାଣି। ଧାନ ବିହୁଡା ହୋଇପାରୁ ନାହିଁ। ଏ ନେଇ ଜଳସେଚନ ବିଭାଗ ଯନ୍ତ୍ରୀ ମାଝୀ ବାବୁଙ୍କ ନିକଟରେ ଏକ ବର୍ଷ ହେଲା ଚାଷୀମାନେ ଅଭିଯୋଗ କରି ଆସୁଛନ୍ତି, ହେଲେ କୌଣସି କାର୍ଯ୍ୟକାରୀ ହେଉ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ମାଝୀ ବାବୁଙ୍କୁ ପଚାରିବାରୁ ଆଉ ୩/୪ଦିନରେ ମୋଟର ସଂଯୋଗ କରାଯାଇ ପାଣି ଦିଆଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

କଟକ,୨୪।୯: କଟକ ଜିଲା ବମ୍ଫକୁଦ ଗାଁ ନିକଟ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ବମ୍ପକୁଦ ଗାଁର...

ସୁସ୍ମିତାଙ୍କ ଡାକ୍ତର ହେବା ସ୍ବପ୍ନ ଚୁରମାର୍‌: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ସ୍ବପ୍ନ ଚୁରମାର୍‌ ହୋଇଛି। ଡାକ୍ତର ହେବାକୁ ଇଚ୍ଛା ରଖି...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ମହାନଦୀ ଜଳପଥରେ ବାଲିପଠା

ମହାକାଳପଡ଼ା, ୨୪ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ ପ୍ରଭାବ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅନିୟମିତତା ଯୋଗୁ ନଦୀ ଜଳ ସ୍ରୋତର ଉତ୍ସ ହ୍ରାସ ପାଇବା...

ମୟୂରଭଞ୍ଜରେ ହାତୀ ଆତଙ୍କ: ଆକ୍ରମଣରେ ଦୁଇ ମୃତ, ତିନି ଗୁରୁତର

ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ର ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ, ଦଶମ ପାସ୍‌ କରିଥିଲେ କରିପାରିବେ ଆବେଦନ, ଦରମା ରହିଛି…

ଭୁବନେଶ୍ୱର,୨୪।୯: ସୋମବାର ଓଡ଼ିଶା ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ବାଟାଲିୟନ ଅଧୀନରେ Sepoys/Constable ନିଯୁକ୍ତି ୨୦୨୪ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ...

ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା।...

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫି’!

କଟକ,୨୩।୯: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri