ନୟାଗଡ଼ ଅଫିସ,୧୬ା୧: ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କସ୍ଥିତ ଏକ ରାଇସ୍ ମିଲ୍ରେ ଅଘଟଣ ଘଟିଛି। ବିମ୍ ପଡ଼ିବାରୁ ୨ ଶ୍ରମିକଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲା ତିରିଶିଂ ଗ୍ରାମର ରାମେଶ୍ୱର ଦିହୁଡ଼ି ଏବଂ କଟକ ଜିଲା ବଡ଼ମ୍ବା ନରସିଂହପୁରର ପ୍ରମୋଦ ମହାରଣା ବୋଲି ଜଣାପଡ଼ିଛି। ରବିବାର ରାତିରେ ଚାଉଳ ଷ୍ଟକ୍ୟାର୍ଡରେ ଚେକିଂ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ଦୁଇଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଓଡ଼ଗାଁ ପୋଲିସ ଘଟଣାର ତଦନ୍ତ କରୁଛି।