ଧାନ କୁଇଣ୍ଟାଲ ୩୫୦୦, କୃଷକଙ୍କୁ ୫୦୦୦ ଟଙ୍କା ଭତ୍ତା ଦିଅ, ନବ ନିର୍ମାଣ କୃଷକ ସଙ୍ଗଠନର ଦାବି

ତିର୍ତ୍ତୋଲ, ୬।୫ (ଗୌରାଙ୍ଗ ଚରଣ ସ୍ବାଇଁ): ତିର୍ତ୍ତୋଲ ସରଣୀ ଛକ ନିକଟ ଆନନ୍ଦ ମଣ୍ଡପ ପରିସରରେ ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧାନ କୁଇଣ୍ଟାଲ ୩୫୦୦ ଓ କୃଷକମାନଙ୍କୁ ୫୦୦୦ ଟଙ୍କା ଭତ୍ତା ପ୍ରଦାନ ଲାଗି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ଏସବୁ ଜମିକୁ ଜଳ ସେଚନ, ପ୍ରତି ପଞ୍ଚାୟତରେ ଶୀତଳ ଭଣ୍ଡାର ନିର୍ମାଣ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଅଧିକ ଚିନିକଳ ସ୍ଥାପନ ଆଦି ଲାଗି ମଧ୍ୟ ଦାବି କରାଯାଇଛି।

ଏସବୁ ଦାବିନେଇ ଦୀର୍ଘବର୍ଷ ଧରି ଦାବି ହେଉଥିଲେ ମଧ୍ୟ ସରକାର ଦାବି ପୂରଣ କରୁନାହାନ୍ତି। ଏନେଇ ଆବଶ୍ୟକ ହେଲେ ନବନିର୍ମାଣ କୃଷକ ସଙ୍ଗଠନ କୃଷକ ସରକାର ଗଠନ ଲାଗି ତିର୍ତ୍ତୋଲ ସହ ରାଜ୍ୟର ଅନ୍ୟ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବ ବୋଲି ଉପସ୍ଥିତ ବକ୍ତାମାନେ ସୂଚନା ଦେଇଥିଲେ। ଏଥିରେ ସଙ୍ଗଠନର ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ, ତିର୍ତ୍ତୋଲ ବ୍ଲକ ସଂଯୋଜକ ମଙ୍ଗୁଳି ଚରଣ ରାଉତରାୟ, ଉପଦେଷ୍ଟା ରାଜକିଶୋର ଦାସ, ନାସିର ଚାଚା, ବ୍ଲକ ସହ ସଂଯୋଜକ ଅଶୋକ କୁମାର ବାରିକ, ତିର୍ତ୍ତୋଲ ପ୍ରତିନିଧି ରବୀନ୍ଦ୍ର ନାଥ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜୟ କୁମାର ଦାସ, ନିତ୍ୟାନନ୍ଦ ସାହୁ, ସୂର୍ଯ୍ୟକାନ୍ତ ପରିଡ଼ା, ସୁଦର୍ଶନ ନାୟକ, ଗଗନ ବରାଳ, ଅନିଲ ମହାପାତ୍ର, ରାଜକିଶୋର ମଲ୍ଲିକ, ଶେଖର ବେହେରା, ମନୋଜ ପଟ୍ଟନାୟକ, ନାରାୟଣ ସାହୁ, ଗୌରହରି ସ୍ବାଇଁ, କୈଳାସ ସ୍ବାଇଁ, ସମୀର ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଦାବି ଉପରେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ।