ରାସ୍ତା ଅବରୋଧ ପରେ ଚେତାପସିଲା

ଠାକୁରମୁଣ୍ଡା,୭ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝରଠାରେ ଧାନ ମଣ୍ଡି ଖୋଲିବା ଦାବିରେ ଶୁକ୍ରବାର ଚାଷୀମାନେ ରାସ୍ତାରୋକୋ କରିଥିଲେ।
ସୂଚନା ଅନୁଯାୟୀ, ଚମ୍ପାଝରଠାରେ ମଣ୍ଡି ଖୋଲିି ଧାନ କିଣିବାକୁ ଚାଷୀମାନେ ଜିଲାପାଳଙ୍କ ନିକଟରେ ଲିଖିତ ଦାବି କରିଥିଲେ। ମାତ୍ର ସେଠାରେ ଧାନ କିଣା ନ ଯାଇ ଜରକଠାରେ ମଣ୍ଡି ଖୋଲିଥିଲା। ଏହାକୁ ବିରୋଧ କରି ଉତ୍ତ୍ୟକ୍ତ ଚାଷୀ ସକାଳେ ଠାକୁରମୁଣ୍ଡା- କପ୍ତିପଦା ରାସ୍ତାକୁ ଅବରୋଧ କରିଥିଲେ। ଖବର ପାଇ ମହୁଲଡିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲା। ପରେ ଚାଷୀଙ୍କ ଦାବି ଅନୁଯାୟୀ ମହୁଲଡିହା ଲ୍ୟାମ୍ପସ୍‌ ଏମ୍‌ଡିଙ୍କ ଉପସ୍ଥିତିରେ ଚମ୍ପାଝରଠାରେ ଧାନ କିଣାଯିବାରୁ ରାସ୍ତାରୋକୋ ହଟିଥିଲା।

Share