ଝାରବନ୍ଧ,୧୫।୫(ଡି.ଏନ୍.ଏ): କାଳବୈଶାଖୀ ପ୍ରଭାବରେ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଝଡ଼ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ଏହାର ପ୍ରଭାବରେ ଚାଷୀଙ୍କ ଅମଳକ୍ଷମ ଧାନ ନଷ୍ଟ ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ ଗଛ, ଡ଼ାଳ, ବିଦ୍ୟୁତ୍ ଖୁଣ୍ଟ ଢ଼ଳି ପଡ଼ିଥିବା ବେଳେ ବିଦ୍ୟୁତ୍ ତାର ଛିଣ୍ଡି ରାସ୍ତାରେ ପଡ଼ିଛି। ଫଳରେ ଯାତାୟାତ ସହ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି। ଅନ୍ୟପକ୍ଷେ ଝାରବନ୍ଧ ଅଞ୍ଚଳ ଅନ୍ଧାର ହୋଇପଡ଼ିଛି । ବ୍ଲକର ନିଲଜୀପତର, ଡୁଡ଼ୁକିଦାଦର, କୋତନା ଆଦି ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି।