Advertisement

ଖଳାରେ ଥିବା ଧାନକୁ ନିଆଁ ଲଗାଇ ପୋଡ଼ି ଦେଲେ: ଥାନାରେ ପହଞ୍ଚିଲା ମାମଲା…

ହିଞ୍ଜିଳିକାଟୁ,୧୨ା୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମରେ ଧାନ ଫସଲରେ ନିଆଁ ଲଗାଇ ପୋଡି ଦେଇଥିବା ରବିବାର ହିଞ୍ଜିଳି ଥାନାରେ ଏକ ଅଭିଯୋଗ ହୋଇଛି।

ଜମି ମାଲିକ ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମର ଏମ୍‌. ଦିଲୀପ କୁମାର ଥାନାରେ ଅଭିଯୋଗ କରିଛନ୍ତି । ଦିଲୀପ ତାଙ୍କ ଜଣେ ସମ୍ପର୍କୀୟଙ୍କୁ ବ୍ରହ୍ମପୁର ରେଳ ଷ୍ଟେଶନରେ ଛାଡି ଗାଁକୁ ଫେରୁଥିଲେ । ଫେରିବା ବେଳେ ସେ ତାଙ୍କ ଖଳାରେ ଥିବା ଧାନରେ ନିଆଁ ଲାଗିଯାଇଥିବା ଦେଖିବାକୁ ପାଇଥିଲେ। ପାଖକୁ ଯାଇ ସେ ଦେଖିବା ବେଳକୁ ଜଣେ ବ୍ୟକ୍ତି ଖଳା ନିକଟରୁ ଦୌଡି ପଳାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ୟକ୍ତି ଜଣକ ଧାନଫସଲରେ ନିଆଁ ଲଗାଇ ଦେଇଥିବା ଦିଲୀପ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୩୧/୨୪) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ କାହାରିକୁ ଗିରଫ କରି ନ ଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share