ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସୂଚନା ଦେଲେ ଧନୀ ବ୍ୟକ୍ତି, ସ୍ତ୍ରୀ ଶେଷରେ କଲେ ଏପରି…

ଟୋକିଓ,୧।୫: ଜଣେ ଅବା ଦୁଇ ଜଣ ନୁହେଁ ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ନେଇ ଜଣେ ଅରବପତି ସୂଚନା ଦେଇଥିଲେ। ତେବେ ଏହା ତାଙ୍କ ପାଇଁ ଶେଷରେ ମହଙ୍ଗା ପଡ଼ିଥିଲା। ସ୍ବାମୀ ଧୋକା ଦେଇଥିବାରୁ ୨୫ ବୟସ୍କା ସ୍ତ୍ରୀ କ୍ରୋଧାନ୍ବିତ ହୋଇ ତାଙ୍କୁ ଜହର ଦେଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଜାପାନରେ ଘଟିଛି। ୭୭ ବର୍ଷ ବୟସ୍କ ବ୍ୟବସାୟୀ ଡୋନ୍‌ ଜୁଆନ୍‌ ଏଭଳି ଘୋଷଣା କରିବା ପରେ ସ୍ତ୍ରୀ ସାକି ସୁଡୋ ତାଙ୍କ ବିବାହ କରିବାର ୩ ମାସ ମଧ୍ୟରେ ଖାଦ୍ୟରେ ଜହର ଦେଇ ହତ୍ୟା କରିଥିଲେ। ଡୋନ୍‌ଙ୍କ ପ୍ରକୃତ ନାମ କୋସୁକେ ନୋଜାକି। ରିୟଲ ଇଷ୍ଟେଟ୍‌ ଏବଂ ମଦ କାରବାରେ ତାଙ୍କର ବିଶେଷ ଖ୍ୟାତି ରହିଥିଲା। ୩ ବର୍ଷ ତଳେ ମେ’ ମାସରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦରୁ ତାଙ୍କ ଶରୀରରେ ବିଷାକ୍ତ ଡ୍ରଗ୍ସ୍‌ ଥିବାର ପ୍ରମାଣ ମିଳିଥିଲା। ତାଙ୍କୁ ଖାଦ୍ୟରେ ଲଗାତାର ଏହି ବିଷାକ୍ତ ଡ୍ରଗ୍ସ୍‌ ଦିଆଯାଉଥିବା ଜଣାପଡ଼ିଥିଲା। ୨୦୧୬ରେ ନୋଜାକି ନିଜର ଜୀବନକାହାଣୀ ପ୍ରକାଶ କରିଥିଲେ। ଏଥିରେ ସେ ୪ ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସ୍ବୀକାର କରିଥିଲେ। ଏନେଇ ସ୍ତ୍ରୀ ସାକିଙ୍କ ମନରେ କ୍ରୋଧ ଜାତ ହୋଇଥିଲା। ପୋଲିସ ଏହାର ତଦନ୍ତ କରି ପ୍ରମାଣ ଆଧାରରେ ସାକିଙ୍କୁ ଗିରଫ କରିଥିଲା।

Share