ଅଲି ଫଜଲଙ୍କ ବଧୂ ସାଜିବେ ରୁଚା, ସ୍ଥିର ହେଲା ବିବାହ ତାରିଖ

ମୁମ୍ବାଇ: ଅଭିନେତ୍ରୀ ରୁଚା ଚଢା ଓ ଅଲି ଫଜଲଙ୍କ ପ୍ରଶଂସକଙ୍କ ପାଇଁ ଗୁଡ ନ୍ୟୁଜ । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ସେପ୍ଟେମ୍ବରରେ ଏମାନେ ବିବାହ କରିବାକୁ ଯାଉଛନ୍ତି । ବିବାହର ପ୍ରସ୍ତୁତି ଖୁବ ଜୋରରେ ଚାଲିଛି । ବିବାହ ଦିଲ୍ଲୀ ଓ ମୁମ୍ବାଇରେ ହେବ । ଏଥିରେ କେବଳ ନିକଟ ସମ୍ପର୍କିୟ ବନ୍ଧୁମାନେ ଯୋଗଦେବେ । ସଙ୍ଗିତ ଓ ମେହେନ୍ଦି ସେରିମନି ବି ଖୁବ୍ ଧୁମଧାମରେ ପାଳନ କରାଯିବ ।
ସୂଚନାଯୋଗ୍ୟ, ରୁଚା ଚଢା ଓ ଅଲି ଫଜଲ ୨୦୨୧ରେ ବିବାହ କରିବାର ଥିଲା । ହେଲେ ପାଣ୍ଡାମିକ କାରଣରୁ ବିବାହ ପୋଷ୍ଟପନ ହୋଇଯାଇଥିଲା । ଏହାପରେ ଖବର ଆସିଥିଲା କି ଏମାନେ ମାର୍ଚ୍ଚ ୨୦୨୨ରେ ବିବାହ କରିବେ । ହେଲେ ଏମିତି କିଛି ଘଟିଲା ନାହିଁ । ଏବେ ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଏମାନେ ଚଳିତ ବର୍ଷ ସେପ୍ଟେମ୍ବରରେ ବିବାହ କରିବେ । ଏମାନଙ୍କ ବିବାହକୁ ନେଇ ଉଭୟ ପରିବାର ଖୁସି ଅଛନ୍ତି । ସୂଚନାଯୋଗ୍ୟ, ଏମାନେ କିଛି ବର୍ଷ ହେବ ଏକାଠି ରହିବା ସହ ଭ୍ୟାକେଶନରେ ବି ଯାଉଥିବାର ନଜର ରହିଛି । ତେବେ ୨୦୨୦ରୁ ଏମାନେ ବିବାହ କରିବାକୁ ସ୍ଥିର କରିଥିଲେ ବି କୌଣସି ନା କୌଣସି କାରଣ ଯୋଗୁ ଏହା ଘୁଞ୍ଚି ଚାଲିଥିଲା । ଶେଷର ଆସନ୍ତା ସେପ୍ଟେମ୍ବରକୁ ନେଇ ଉଭୟ ପଜିଟିଭ ଅଛନ୍ତି ।

Share