ଅକ୍ଟୋବର ୬ରେ ହାତକୁ ଦି’ ହାତ ହେବେ ଏହି ଷ୍ଟାର୍‌ ଯୋଡି

ବି-ଟାଉନର ଚର୍ଚ୍ଚିତ ଯୋଡି ଅଭିନେତା ଅଲି ଫଜଲ ଏବଂ ଅଭିନେତ୍ରୀ ରିଚା ଚଢା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛି। ଉଭୟ ଆସନ୍ତା ଅକ୍ଟୋବର ୬ରେ ସାତ ଜନ୍ବ ପାଇଁ ଏକାଠି ହେବାକୁ ହେବାକୁ ଯାଉଛନ୍ତି। ପରେ ଅକ୍ଟୋବର ୭ରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ ଆୟୋଜନ କରାଯିବ। ଏହା ବ୍ୟତୀତ ୩୦ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ମେହେନ୍ଦୀ, ହଳଦୀ କାର୍ଯ୍ୟ ଆୟୋଜିତ ହେବ।
ରିଚା ଏବଂ ଅଲି୨୦୧୨ ଫିଲ୍ମ ଫୁକ୍‌ରେ ସେଟ୍‌ରେ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ। ରିଚା ହିଁ ଅଲିଙ୍କ ପ୍ରତି ତାଙ୍କର ପ୍ରେମ ବ୍ୟକ୍ତ କରିଥିଲେ। ରିଚାଙ୍କ ପ୍ରପୋଜର ଜବାବ ଦେବାକୁ ଅଲି ତିନି ମାସ ସମୟ ନେଇଥିଲେ। ଅଲି ହଁ କହିବା ପରେ ଉଭୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ୁ ନିଜ ସମ୍ପର୍କକୁ ଲୁଚାଇ ରଖିଥିଲେ। ଏହା ପରେ ଭିକ୍ଟୋରିଆ ଆଣ୍ଡ ଅବଦୁଲ ପ୍ରିମିୟର୍‌ ସମୟରେ ଦୁହେଁ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ।
ରିଚା ଏବଂ ଅଲି ୨୦୨୦ରେ ବିବାହ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କରୋନା କାରଣରୁ ଏଥିରେ ବିଳମ୍ବ ହୋଇଥିଲା। ୨୦୨୧ ରେ, କରୋନାର ଦ୍ୱିତୀୟ ଲହର ହେତୁ ବିବାହ ଯୋଜନାକୁ ପୁଣି ସ୍ଥଗିତ ରଖିବାକୁ ପଡିଥିଲା।

Share