ମାର୍ଚ୍ଚରେ ପଡିବ ହାତଗଣ୍ଠି!

ମୁମ୍ବାଇ: ଦୀର୍ଘ ଦିନର ସମ୍ପର୍କ ପରେ ଏକାଠି ହେବାକୁ ଯାଉଛନ୍ତି ରିଚା ଚଢା ଏବଂ ଅଲି ଫଜଲ। ଏବେ ସେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ମସିହାରେ ଏପ୍ରିଲରେ ସେମାନଙ୍କ ବିବାହ ବିଷୟରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ଦୁହିଁଙ୍କ ବିବାହକୁ ନେଇ ଏକ ନୂଆ ଖବର ଶୁଣିବାକୁ ମିଳିଛି । ରିଚା ଏବଂ ଅଲି ସେମାନଙ୍କର ଆଗାମୀ ପ୍ରୋଜେକ୍ଟର ଶୁଟିଂ ସମୟରେ ଦୁହିଁଙ୍କର ହାତ ଗଣ୍ଠି ପଡିବ ।
ତାଙ୍କର ବିବାହ ଆସନ୍ତା ମାସରେ ଅର୍ଥାତ୍‌ ମାର୍ଚ୍ଚରେ ହେବ ବୋଲି କୁହାଯାଉଛି । ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ଚାଲିଛି । ରିଚା ଏବଂ ଅଲିଙ୍କ ଫିଲ୍ମ ‘ଫୁକରେ’ର ଶୁଟିଂ ଦିଲ୍ଲୀରେ କରାଯିବ। ଏହି ସମୟରେ ଚାଲିଥିବା ଶୁଟିଂରୁ ବ୍ରେକ୍‌ ନେବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇ ଏକାଠି କାମକୁ ଫେରିବେ ।
ନିକଟରେ ଏକ ସାକ୍ଷାତକାରରେ ଅଲି ତାଙ୍କ ବିବାହ ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ, ଯେ ଗତ ୨ ବର୍ଷ ସମସ୍ତଙ୍କ ପାଇଁ ଖରାପରେ କଟିଛି । ତେଣୁ ଆମେ ବିବାହକୁ ସ୍ଥଗିତ କରିଥିଲୁ । କାହିଁକି ନା କରୋନା ଯୋଗୁଁ ଏହା ବିଳମ୍ବ ହେଇଛି, ତେବେ ଫେବୃଆରୀ କିମ୍ବା ମାର୍ଚ୍ଚରେ ଯୋଜନା କରାଯାଉଛି।

 

 

Share