ବମ୍ବେ: ବି-ଟାଉନ୍ରେ ଏବେ ଅଭିନେତ୍ରୀ ଋଚା ଚଢ୍ଢା ଏବଂ ଅଭିନେତା ଅଲି ଫଜଲଙ୍କ ବିବାହକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ବିବାହ ତାରିଖ ଘୋଷଣା ହେବା ସହ କାର୍ଯ୍ୟକ୍ରମଗୁଡ଼ିକଲାଗି ଅତିଥି ନିମନ୍ତ୍ରଣ ସରିଲାଣି। ଉଭୟଙ୍କର ପ୍ରିଓ୍ବେଡିଂ ଫଙ୍କସନ ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇଯିବ। ଏସବୁରେ ରିଚା ରାଜକୁମାରୀ ଭଳି ସଜେଇ ହେବାକୁ ଇଚ୍ଛା ରଖିଛନ୍ତି। ଫଳରେ ତାଙ୍କ ନିମନ୍ତେ ସ୍ବତନ୍ତ୍ର ଭାବେ ପାରମ୍ପରିକ ଗହଣା ନିର୍ମାଣ କରାଯାଉଛି। ବିକାନେରର ୧୭୫ ବର୍ଷ ପୁରୁଣା ଗହଣା ଦୋକାନୀଙ୍କ ନିକଟରେ ରିଚାଙ୍କ ଗହଣା ନିର୍ମାଣ କରାଯାଉଛି। ଦିଲ୍ଲୀରେ ତିନି ଦିନିଆ କାର୍ଯ୍ୟକ୍ରମ ପରେ ମୁମ୍ବାଇରେ ଉଭୟ ବିବାହ କରିବେ। ଅକ୍ଟୋବର ୬ରେ ଏହି ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ ଅକ୍ଟୋବର ୭ରେ ରିସେପ୍ସନର ଆୟୋଜନ କରାଯିବ। ଏଥିରେ ସାଥି କଳାକାରଙ୍କଠାରୁ ଆରମ୍ଭ କରି ବଲିଉଡ ଏବଂ ରାଜନୀତି ସହ ଜଡ଼ିତ ଲୋକ ସାମିଲ ହେବେ ବୋଲି କୁହାଯାଇଛି।