ରିଚାଙ୍କ ହାତରେ ଲାଗିଲା ଅଲିଙ୍କ ନାଁରେ ମେହେନ୍ଦୀ

ମୁମ୍ବାଇ: ଅଭିନେତ୍ରୀ ରିଚା ଚଢା-ଅଲି ଫାଜଲ ଆଉ ଦିନ କେଇଟା ପରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ବିବାହର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିବାହ ପାଇଁ ଏହି ଯୋଡି ଗତକାଲିଠୁ ଦିଲ୍ଲୀରେ ପହଞ୍ଚିସାରିଥିବା ବେଳେ ଅଭିନେତ୍ରୀଙ୍କ ମେହେନ୍ଦିର ଝଲକ ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରିଚା-ଅଲି ଆସନ୍ତା ୪ ତାରିଖରେ ଦିଲ୍ଲୀର ୧୧୦ ବର୍ଷ ପୁରୁଣା ସ୍ଥାନରେ ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।

Share