କ୍ଷମା ମାଗିଲେ ରିଚା

ଅଭିନେତ୍ରୀ ରିଚା ଚଢା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହିଛନ୍ତି। ସେ ପ୍ରାୟତଃ ବିଭିନ୍ନ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରନ୍ତି। ଏଥିପାଇଁ ସେ ଅଧିକାଂଶ ସମୟରେ ସେ ଟ୍ରୋଲ୍‌ର ଶିକାର ହୋଇଥାନ୍ତି। ନିକଟରେ ସେନା ସମ୍ପର୍କରେ ଏକ ଟୁଇଟ କରି ଫସି ଯାଇଛନ୍ତି। ସେ ସେନାକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଏହା ପରେ ରିଚା ଏଥିପାଇଁ କ୍ଷମା ମାଗିଛନ୍ତି।
ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର ପାକିସ୍ତାନ ଅଧିକୃତ କଶ୍ମୀରକୁ ଫେରାଇ ଆଣିବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି। ଏହି ବିବୃତ୍ତିକୁ ଉଦ୍ଧୃତ କରି ରିଚା ଟୁଇଟରରେ ଲେଖିଛନ୍ତି, ଗଲୱାନ ହାୟ କହୁଛି। ଏହା ପରେ ଭାଜପା ନେତା ମନଜିନ୍ଦର ସିଂ ସିରସା ଟୁଇଟ୍‌ କରି କହିଛନ୍ତି, ଏହା ଏକ ଅପମାନଜନକ ଟୁଇଟ। ଏହାକୁ ଶୀଘ୍ର ପ୍ରତ୍ୟାହାର କରାଯିବା ଉଚିତ, ଆମର ସଶସ୍ତ୍ର ବାହିନୀକୁ ଅପମାନ କରିବା ଠିକ ନୁହେଁ।
ଏହା ପରେ କ୍ଷମା ମାଗି ରିଚା ଲେଖିଛନ୍ତି, ମୋର ଉଦ୍ଦେଶ୍ୟ କାହାକୁ ଆଘାତ ଦେବା ନୁହେଁ। ଯଦି ମୋର ତିନୋଟି ଶବ୍ଦ ଦ୍ୱାରା କେହି ଆଘାତ ପାଇଛନ୍ତି, ତେବେ ମୁଁ କ୍ଷମା ମାଗୁଛି।
୨୦୨୦ରେ ଗଲୱାନ ରେ ଭାରତ ଏବଂ ଚାଇନା ମଧ୍ୟରେ ଏକ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିଲେ। ଏହା ପରେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇଗଲା।

Share