Categories: ଜାତୀୟ

ଗ୍ୟାଙ୍ଗ୍‌ଷ୍ଟାର୍‌ ବିକାଶ ଦୁବେଙ୍କ ଅସ୍ଥି ନେବା ପାଇଁ ପହଞ୍ଚିଲେ ସ୍ତ୍ରୀ

କାନପୁର,୧୮।୮:ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଅସ୍ଥି ନେବା ପାଇଁ ନେବା ସ୍ତ୍ରୀ ରିଚା ଦୁବେ ମଙ୍ଗଳବାର କାନପୁରରେ ପହଞ୍ଚିଛନ୍ତି। ବିକାଶଙ୍କ ଅସ୍ଥିକୁ କାନପୁରର ଏକ ଅସ୍‌ଇ କଳସ ବ୍ୟାଙ୍କରେ ରଖାଯାଇଥିଲା। ରିଚା ତାଙ୍କ ଓକିଲମାନଙ୍କ ସହିତ ଭୈରୋଘାଟରେ ପହଞ୍ଚିଥିଲେ। ନିୟମାବଳୀ ପାଳନ କରି ସେ ଅସ୍ଥି ନେଇଥିଲେ। ସେ ଅସ୍ଥି ନେଇ ଗଙ୍ଗାରେ ବିସର୍ଜନ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ବିକରୁ ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ଏହାପରେ ୟୁପି ପୋଲିସ ଉଜୈନରେ ଗିରଫ ହେବା ପରେ କାନପୁରକୁ ଆସୁଥିବାବେଳେ ବିକାଶ ବସିଥିବା ଗାଡିଟି ଓଲଟି ପଡିଥିଲା। ଏହି ସମୟରେ ଫେରାର ହେବାକୁ ଚେଷ୍ଟା କରିଥିଲେ। ତାଙ୍କୁ ପୋଲିସ ଏନକାଉଣ୍ଟର କରିଥିଲା। ପରେ ତାଙ୍କ ମୃତଦେହ ଇଲେକ୍ଟିକ ମେଶିନରେ ଦାହ କରାଯାଇଥିଲା।

Share