କରୋନା ଟୀକା ଆସିଲେ ବିବାହ

ବମ୍ବେ: ବଲିଉଡ ଅଭିନେତ୍ରୀ ଋଚା ଚଡ୍ଢାଙ୍କ ସହ ଅଭିନେତା ଅଲି ଫଜଲଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଣା ଅଧିକେ ସମସ୍ତେ ଜାଣନ୍ତି। ଉଭୟ ଏପ୍ରିଲରେ ବିବାହ କରିବେ ବୋଲି ଶୁଣାଯାଉଥିଲା। ହେଲେ ମହାମାରୀ କରୋନା ଯୋଗୁ ବିବାହକୁ ଟାଳି ଦିଆଯାଇଥିଲା। ଏବେ ଋଚା ନିଜ ଓ୍ବେଡିଂ ପ୍ଲାନ ବିଷୟରେ ଦେଇଛନ୍ତି ଉତ୍ତର। କରୋନା ଟୀକା ଆସିବା ପରେ ସେ ବିବାହ କରିବେ ବୋଲି କହିଛନ୍ତି।

ଅଲି ଏବଂ ସେ ଏପ୍ରିଲରେ ବିବାହ କରିବାକୁ ଚାହୁଁଥିଲେ। ହେଲେ କରୋନା ଯୋଗୁ ଦେଶବିଦେଶରୁ ଅତିଥି ଆସିବା ସମ୍ଭବ ନ ଥିଲା। ଏବେ ଟୀକା ଆସୁ। ତାର ସଫଳ ଟ୍ରାଏଲ ହେଉ। ଏହାପରେ ବିବାହ ପାଇଁ ଯୋଜନା କରିବୁ ବୋଲି ଋଚା କହିଛନ୍ତି।

ଅଭିନୟ କଥା ବିଷୟରେ ଯଦି କହିବା ତେବେ ଋଚା ନିଜ ଆଗାମୀ ଫିଲ୍ମ ଶକିଲାଙ୍କୁ ନେଇ ଚର୍ଚ୍ଚାରେ। ଆଡଲ୍ଡ ଷ୍ଟାର ଶକିଲାଙ୍କ ଜୀବନଙ୍କ ଉପରେ ଆଧାରିତ ରହିଛି ଏହି ଫିଲ୍ମ। ହିନ୍ଦୀ ସମେତ ଚାରି ଅନ୍ୟ ଭାଷାରେ ଏହା ରିଲିଜ ହେବ। ଫିଲ୍ମରେ ତାଙ୍କ ସହ ଅଭିନେତା ପଙ୍କଜ ତ୍ରିପାଠୀ ନଜର ଆସିବେ।

Share