Categories: ଫୁରସତ

ଏହି ଗାଁର ସମସ୍ତ ପରିବାର ଧନୀ, ପ୍ରତ୍ୟେକ ବ୍ୟକ୍ତିଙ୍କ ଦରମା ଜାଣିଲେ…

ସାଧାରଣତଃ ସହର ବଜାରର ଲୋକେ ଚାକିରିଆ ଆଉ ଏମାନଙ୍କ ଦରମା ଅଧିକ ହୋଇଥାଏ। ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ ଗାଁରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବାର୍ଷିକ ଆୟ ଲକ୍ଷାଧିକ ଟଙ୍କା।

ଏହି ଗାଁକୁ ବିଶ୍ୱର ସବୁଠାରୁ ଧନୀ ଗାଁ କୁହାଯାଏ। ଏହା ଏକ କୃଷି ଗ୍ରାମ, ଅଥର୍ର୍ାତ୍‌ ଏଠାରେ ଥିବା ଲୋକମାନେ ମୁଖ୍ୟତଃ କୃଷି ସହିତ ଜଡ଼ିତ। ଏପରିକି ଏହି ଗାଁରେ ରହୁଥିବା ଲୋକଙ୍କ ଘର, ଜୀବନଶୈଳୀ ଜାଣିଲେ ବଡ଼ବଡ଼ ସହରରେ ରହୁଥିବା ଲୋକମାନେ ମଧ୍ୟ ଈର୍ଷା କରିବେ। ଏମିତି ଏକ ଗାଁ ହେଉଛି ଚାଇନାର ଜିଆଙ୍ଗିନ ସହର ନିକଟରେ ଅବସ୍ଥିତ ହୁଆଜି। ଏହି ଗାଁରେ ରହୁଥିବା ସମସ୍ତ
ବ୍ୟକ୍ତି ଧନୀ ଅଟନ୍ତି।

ହୁଆଜି ଗାଁ ଏକ କୃଷି ପ୍ରଧାନ ଗ୍ରାମ। ଏଠାରେ ବାସ କରୁଥିବା ଲୋକମାନେ କୃଷି କାର୍ଯ୍ୟରେ ଜୀବନ ବିତାନ୍ତି। କିନ୍ତୁ ଗାଁର ଚାଷୀମାନେ ଏପରି ଏକ ପନ୍ଥା ଆପଣାଇଛନ୍ତି, ଯେଉଁଥିପାଇଁ ଆଜି ଏହି ଗାଁ ଦୁନିଆର ସବୁଠାରୁ ଧନୀ ଗ୍ରାମ ମଧ୍ୟରେ ଗଣନା କରାଯାଉଛି। ଏହି ଗାଁରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଏକ ବିଳାସପୂର୍ଣ୍ଣ ଘରେ ରୁହନ୍ତି। ଖାଲି ଏତିକି ନୁହେଁ, ପ୍ରତ୍ୟେକ ବ୍ୟକ୍ତିଙ୍କର ସେମାନଙ୍କର ମହଙ୍ଗା କାର୍‌ ଅଛି। ଗାଁରେ ପକ୍କା ରାସ୍ତା ଏବଂ ଉପଯୁକ୍ତ ଡ୍ରେନେଜ୍‌ ବ୍ୟବସ୍ଥା ରହିଛି।

ଯେତେବେଳେ ଏହି ଗାଁ ପ୍ରତିଷ୍ଠା ହେଲା ସେତେବେଳେ ପରିସ୍ଥିତି ଆଜି ପରି ନ ଥିଲା। ଏହି ଗାଁ ୧୯୬୧ରେ ସ୍ଥାପନ କରାଯାଇଥିଲା। ତା’ପରେ ଏହି ଗାଁଟି ଅତ୍ୟନ୍ତ ଖରାପ ଥିଲା ଏବଂ ଏଠାରେ କୃଷିର ଅବସ୍ଥା ନ କହିବା ମଧ୍ୟ ଭଲ। କିନ୍ତୁ ଏହା ପରେ ଗାଁରେ କମ୍ୟୁନିଷ୍ଟ ପାର୍ଟି ସଙ୍ଗଠନ ଗଠନ କରାଯାଇଥିଲା। ଏହାର ସଭାପତି ଓ୍ବୁ ରେନ୍‌ଓ୍ବାଓ ଗାଁର ଚିତ୍ର ବଦଳାଇଲେ। ଏଠାରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜମିରେ ଚାଷ କରିବା ପରିବର୍ତ୍ତେ ଗ୍ରୁପ୍‌ ହୋଇ ଚାଷ କାମ ଆରମ୍ଭ କଲେ। ସାମୁହିକ ଚାଷ ଯୋଗୁ ଲୋକଙ୍କ ଭବିଷ୍ୟତ ଏପରି ଭାବରେ ବଦଳିଛି। ଯେଉଁଥିପାଇଁ ଆଜି ସମସ୍ତେ କୋଟିପତି ଅଟନ୍ତି।

Share