Posted inଫୁରସତ

ମୁକେଶ ଅମ୍ବାନୀ, ରତନ ଟାଟା,ଏଲନ୍‌ ମସ୍କଙ୍କୁ ବି ଧନରେ ପଛରେ ପକାଇ ଦେବେ ଏହି ମହିଳା

ଧନୀମାନଙ୍କ ନାଁ ଯଦି ସାମ୍ନାକୁ ଆସେ ତେବେ ଏଲନ୍‌ ମସ୍କ, ଜେଫ୍‌ ବେଜୋସ, ମୁକେଶ ଅମ୍ବାନୀ, ରତନ ଟାଟାଙ୍କ ନାଁ ପ୍ରଥମେ ଆସେ। ମାତ୍ର ଆଶ୍ଚର୍ଯ୍ୟର କଥା ଜଣେ ମହିଳା ଅଛନ୍ତି, ଯିଏ କି ବିଶ୍ୱର ଏହି ବଡ଼ବଡ଼ ଧନୀଙ୍କୁ ପଛରେ ପକାଇ ଦେଇଛନ୍ତି।

ଟାଙ୍ଗ ରାଜବଂଶ ସମୟରେ ରାଜତ୍ୱ କରୁଥିବା ଏମ୍ପ୍ରେସ ଓ୍ବୁ। ବିଶ୍ୱର ସବୁଠାରୁ ଧନୀ ମହିଳା ଭାବେ ପରିଗଣିତ ହୋଇଛନ୍ତି। ଯାହାଙ୍କ ସମ୍ପତ୍ତିର ମୂଲ୍ୟ ୧୬ ଲକ୍ଷ କୋଟି। ଏହି ସଂଖ୍ୟା ଆଜିର ଶ୍ରେଷ୍ଠ ଟ୍ରିଲିନେୟାରଙ୍କ ସମ୍ପତ୍ତିକୁ ଟପିଯାଇଛି। ଫଳରେ ମସ୍କ, ଅମ୍ବାନୀ, ବେଜୋସ, ଆଦାନୀ ଏବଂ ରତନ ଟାଟା ପଛରେ ପଡ଼ିଯାଇଛନ୍ତି।
ତେବେ ମସ୍କଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୨୯ ବିଲିୟନ ଡଲାର, ବେଜୋସଙ୍କର ୧୭୪ ବିଲିୟିନ ଡଲାର ଏବଂ ଅମ୍ବାନୀ ୧୦୬.୨ ବିଲିୟନ ଡଲାରରେ ରହିଛି।

ଐତିହାସିକମାନେ ଏମ୍ପ୍ରେସ ୱୁଙ୍କୁ ଜଣେ ଚମତ୍କାରୀ ଏବଂ ଶକ୍ତିଶାଳୀ ଶାସକ ଭାବରେ ବର୍ଣ୍ଣନା କରିଥାନ୍ତି। ଯିଏକି ତାଙ୍କର ଆଧିପତ୍ୟ ବଜାୟ ରଖିବା ପାଇଁ ବିଭିନ୍ନ କୌଶଳ ପ୍ରୟୋଗ କରିଥିଲେ। ତାଙ୍କର ଶାସନ ପ୍ରାୟ ୧୫ ବର୍ଷ ଧରି ଚାଲିଥିଲା। ଚାଇନା ସାମ୍ରାଜ୍ୟ ମଧ୍ୟ ଏସିଆରେ ଯଥେଷ୍ଟ ପ୍ରଭାବ ବିସ୍ତାର କରିଥିଲା।

ଚା’ ଏବଂ ରେଶମ ବାଣିଜ୍ୟରେ ଯଥେଷ୍ଟ ଅଭିବୃଦ୍ଧି ସହିତ ତାଙ୍କ ନେତୃତ୍ୱରେ ଚାଇନାର ଅର୍ଥନୀତି ବୃଦ୍ଧି ପାଇଥିଲା। ତାଙ୍କ ଶାସନ କାଳରେ ଏହି ଅର୍ଥନୈତିକ ଅଭିବୃଦ୍ଧି ଭଲ ଭାବରେ ଦଲିଲ୍‌ଭୁକ୍ତ ହୋଇଛି, ଯାହା ଚାଇନାର ସମୃଦ୍ଧତା ଉପରେ ଏହାର ପ୍ରଭାବକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri