ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ନିଜ ପୁଅ ସହ ଏକ ଫଟୋ ଶେୟାର କରିଛନ୍ତି। ଯାହା ଭାଇରାଲ ହୋଇଛି। ଫଟୋରେ ତାଙ୍କ ପୁଅ ଏକ ସାର୍କ ଧରିଥିବା ନଜର ଆସୁଛନ୍ତି। ପଣ୍ଟିଂ ଏହି ଫଟୋ ଶେୟାର କରି କହିଛନ୍ତି, ପ୍ରଥମଥର ସାର୍କ ଧରି ଫ୍ଲେଚ ବହୁତ୍ ଖୁସି ଥିଲେ। ସାର୍କ ଧରିବା ପରେ ପୁଣିଥରେ ତାକୁ ସୁରକ୍ଷିତ ପାଣିରେ ଛାଡି ଦିଆଯାଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ପଣ୍ଟିଂ ବିଗ୍ ବାସ୍ ଲିଗ୍ରେ େଓ୍ପଷ୍ଟଇଣ୍ଡିଜ୍ର ପୂର୍ବତନ ଖେଳାଳି ବ୍ରାଏନ ଲାରାଙ୍କ ସହ କମେଣ୍ଟ୍ରି କରୁଥିବା ନଜର ଆସିଥିଲେ।