ଅନୁଭୁତି ଶେୟାର କଲେ ରିଦ୍ଧି

ମୁମ୍ବାଇ: ଅଭିନେତ୍ରୀ ରିଦ୍ଧି ଡୋଗରା ଅଭିନୟ କରିଥିବା କିଛି ପ୍ରୋଜେକ୍ଟ ଏବେ କେବଳ ରିଲିଜ୍ ଅପେକ୍ଷାରେ ରହିଛି । ତେଣୁ କୁହାଯାଉଛି ୨୦୨୩ ରିଦ୍ଧିଙ୍କ ପାଇଁ ଖୁବ୍ ରୋମାଞ୍ଚକର ରହିବ । ଟେଲିଭିଜନ ପରଦାରେ କିଛି ବଡ ବଡ ଧାରାବାହିକରେ ଅଭିନୟ କରି ସେ ଭାରତୀୟ ପରିବାରଙ୍କ ମନୋରଞ୍ଜନ କରିଛନ୍ତି । ଏବେ ଅଭିନେତ୍ରୀ ଏଟଲି କୁମାରଙ୍କ ନିର୍ଦ୍ଦେଶନାରେ ଶାହାରୁଖ ଖାଁଙ୍କ ସହ ଓ ଟାଇଗର ୩ରେ ସଲମାନ ଖାଁଙ୍କ ସହ ଦେଖାଦେବେ । ରିଦ୍ଧିଙ୍କୁ ଶେଷ ଥର ପାଇଁ ମ୍ୟାରେଡ ୱିମନ ଓ ଅସୁର ଭଳି ବଡ ବଡ ହିଟ ରିସିଜରେ ଦେଖିବାକୁ ମିଳିଥିଲା । ଏଥିରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଥିଲେ ।
ଏବେ ଅଭିନେତ୍ରୀ, ଯବାନ ଓ ଟାଇଗର ୩କୁ ନେଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଏହାକୁ ନେଇ ରିଦ୍ଧି କହିଛନ୍ତି ଆସନ୍ତା ବର୍ଷକୁ ନେଇ ମୁଁ ଖୁବ୍ ଏକ୍ସାଇଟେଡ ରହିଛି । କାରଣ ମୁଁ କେତେଜଣ ଶାନଦାର ଅଭିନେତାଙ୍କ ସହ କିଛି କାହାଣୀରେ କାମ କରିଛି । ଅସଲରେ କିଛି ଷ୍ଟୋରୀ ଖୁବ୍ ରୋମାଞ୍ଚକର ରହିଛି ।
ରିଦ୍ଧି କହିଛନ୍ତି ଶାହାରୁଖଙ୍କ ସହ ‘ଯବାନ’ରେ କାମ କରିବାର ମାହୋଲ ବେଶ ଆରାମଦାୟକ ଥିଲା । ଯେଉଁମାନେ ମୋତେ ଜାଣିଛନ୍ତି ସେମାନେ ସମସ୍ତେ ଜାଣନ୍ତି ମୁଁ ତାଙ୍କର କେତେ ବଡ ଫ୍ୟାନ । ତାଙ୍କୁ ଆଡମୟାର କରି ମୁଁ ବଡ ହୋଇଛି । ଜଣେ ଅଭିନେତା ଭାବେ ସେ ବହୁତ ଅଧିକ । ତାଙ୍କ ସହ ସେଟ୍‌ରେ ବ୍ୟକ୍ତିଗତ ଭାବେ କଥା ହେବା, ତାଙ୍କ ସହ ଶୁଟିଂ କରିବା, ତାଙ୍କ୍ ସହ ଦୃଶ୍ୟକୁ ନେଇ ଚର୍ଚ୍ଚା କରିବା ଏକ ଭିନ୍ନ ଅନୁଭବ । ରିଦ୍ଧି ଆହୁରି ମଧ୍ୟ କହିଛନ୍ତି, ମୁଁ ସମ୍ମାନର ସହ କହୁଛି ମୋ ଜୀବନର ଦୁଇଟି ଭାଗ, ଗୋଟିଏ ଶାହାରୁଖ ଖାଁଙ୍କ ସହ ଶୁଟିଂ କରିବା ପୂର୍ବର ଓ ଦ୍ୱିତୀୟ ଶୁଟିଂ ପରେ । ଯେହେତୁ ସେ ଦିଲ୍ଲୀର ତେଣୁ ତାଙ୍କ ସହ କଥା ହେବା ମୋ ପାଇଁ ସହଜ ଥିଲା । ତାଙ୍କର ସେନ୍ସ ଅଫ ହ୍ୟୁମର ଦିଲ୍ଲୀ ବାଲାଙ୍କ ଭଳି ସବୁଠାରୁ ଅଲଗା ।

Share