ସିମୁଳିଆ,୨୫।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ମାର୍କୋଣା ଓ ବରି ଅଞ୍ଚଳରେ ବୁଧବାର ୨ଟି କରତ କଳ ଉପରେ ଚଢ଼ାଉ ହୋଇଛି। ବେଆଇନ କାଠ କଟାଯାଇ କରତ କଳ ଚାଲିଥିବା ବିଭାଗୀୟ ଅଧିକାରୀ ଓ ପୋଲିସକୁ ଖବର ମିଳିଥିଲା। ଏ ନେଇ ସକାଳୁ ସେମାନେ ଚଢ଼ାଉ କରିଥିଲେ। ଏଥିରେ କରତ କଳର ବିଭିନ୍ନ ଯନ୍ତ୍ରାଂଶ ଓ କାଠ ଗଣ୍ଡିଗୁଡ଼ିକ ଜବତ ଚାଲିଛି।