Categories: ଜାତୀୟ

ଧର୍ମର ଉପହାସ ଠିକ ନୁହେଁ: ମହାକାଳ ଲୋକ,ମୂର୍ତ୍ତି ଭାଙ୍ଗିବା ଉପରେ ଭିଡିଓ ପୋଷ୍ଟ କରି ଅଡୁଆରେ କଂଗ୍ରେସ..

.ନୂଆଦିଲ୍ଲୀ,୭।୬ : ଉଜ୍ଜୟନୀରେ ମହାକାଳ ଲୋକରେ ମୂର୍ତ୍ତିଗୁଡ଼ିକର ଭାଙ୍ଗିବା ସହ ଜଡିତ ଏକ ଭିଡିଓ ସାଧୁମାନଙ୍କୁ ଅସନ୍ତୁଷ୍ଟ କରିଛି। ଏହି ଭିଡିଓରେ ମହାକାଳ ଲୋକରେ ମୂର୍ତ୍ତିଗୁଡିକର ପତନ ବିଷୟରେ ଭଗବାନ ଶିବ ଏବଂ ନାରଦ ମୁନିଙ୍କ ଚରିତ୍ରମାନଙ୍କ ମଧ୍ୟରେ ଏକ ବାର୍ତ୍ତାଳାପ ଦେଖାଯାଇଛି। ଏହା ଶେଷରେ ଶିବ କହୁଛନ୍ତି ବର୍ତ୍ତମାନ କମଲ ନାଥଙ୍କୁ ଆଣିବାକୁ ପଡ଼ିବ। ଏହି ୪୬ ସେକେଣ୍ଡର ଭିଡିଓ ନେଇ ସନ୍ଥ ସମାଜ କହିଛନ୍ତି କଂଗ୍ରେସ ଧର୍ମକୁ ଉପହାସ କରିବା ଉଚିତ ନୁହେଁ।

ଏହି ପ୍ରସଙ୍ଗରେ ଭାଜପା ମଧ୍ୟ କଂଗ୍ରେସକୁ ଘେରିବା ଆରମମ୍ଭ କରିଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପାରସ ଜୈନ ଏହି ଭିଡିଓକୁ ଦ୍ୱନ୍ଦ୍ୱ ସୃଷ୍ଟି କରିବା ସହ କଂଗ୍ରେସର ମତିଭ୍ରମ ହୋଇଛି ବୋଲି କହିଛନ୍ତି। କୁହାଯାଉଛି ଏହି ଭିଡିଓ ମହାଦେବ ସିରିଏଲର କିଛି ଅଂଶକୁ ଏଡିଟ ଏବଂ ଡବିଂ କରି ପ୍ରସ୍ତୁତ କରାଯାଇଛି। ନାରଦ ସପ୍ତଋଷିଙ୍କ ଭାଙ୍ଗିପଡ଼ିଥିବା ମୂର୍ତ୍ତିଗୁଡ଼ିକୁ ଦେଖି କହୁଛନ୍ତି, ମହାକାଳ ଲୋକର ଏହି ଦୁର୍ଦଶା, ତୁମର ସହର ଉଜ୍ଜୟନୀର ଭୋଲେନାଥ। ଏହା ଉପରେ ମହାଦେବ କ୍ରୋଧିତ ହୋଇ କହୁଛନ୍ତି, ମୁଁ ଜାଣେ ସେଠାରେ କ’ଣ ଘଟିଛି, ରକ୍ଷକ ଭକ୍ଷକ ସାଜିଛନ୍ତି। ବର୍ତ୍ତମାନ କମଲ ନାଥଙ୍କୁ ଆଣିବାକୁ ପଡ଼ିବ।

ଏହିପରି ଭିଡିଓ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବ ନାହିଁ କିମ୍ବା କଂଗ୍ରେସ ଉପରେ କେହି ବିଶ୍ୱାସ କରିବେ ନାହିଁ। ମହାକାଳଙ୍କ ନାମରେ ଏଭଳି ପ୍ରଚାର କରାଯିବା ଉଚିତ ନୁହେଁ।

ପରମହଂସ ଆୱଧେଶ ପୁରୀ କହିଛନ୍ତି ଭଗବାନ ଶିବ ଏବଂ ନାରଦ ମୁନିଙ୍କୁ ଏହି ଉପାୟରେ ଅପବ୍ୟବହାର କରିବା ସନାତନ ଧର୍ମ ଏବଂ ସଂସ୍କୃତିର ବିରୋଧୀ। କଂଗ୍ରେସ ଏପରି କରି ଧର୍ମକୁ ପରିହାସ କରିବା ଉଚିତ ନୁହେଁ। ଆମେ ଏହାକୁ ବରଦାସ୍ତ କରିବୁ ନାହିଁ। ଯଦି ଏହା ବନ୍ଦ ନ ହୁଏ, ତେବେ ଆମେ କୋର୍ଟକୁ ଯିବୁ। ଦୁର୍ନୀତି କଥା ଉଠିଲେ, ଏହାର ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ମହାମଣ୍ଡଳେଶ୍ୱର ଶୈଲେଶାନନ୍ଦ କହିଛନ୍ତି ଆମେ ରାଜନୀତିରେ ହେଉଥିବା ଖରାପ ଭାଷାର ବ୍ୟବହାର ଦେଖୁଛୁ। ଆମର ଆଦର୍ଶ ଦେବତାମାନଙ୍କୁ ମଧ୍ୟ ରାଜନୀତିକୁ ଟାଣି ନିଆଯାଉଛି, ଏହା ଠିକ ନୁହେଁ। ଏହି ପ୍ରକାର କାର୍ଯ୍ୟରୁ ଜଣେ ଦୂରରେ ରହିବା ଉଚିତ।

Share