ପାଣ୍ଡିଆନ ନିୟନ୍ତ୍ରଣ କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ: କହିଲେ- ହାସ୍ୟାସ୍ପଦ, କଥାର ଓଜନ ନାହିଁ…

ଭୁବନେଶ୍ୱର,୩୦।୫: ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଭାଜପା ପକ୍ଷରୁ ଲଗାତର ଭାବେ ପ୍ରସଙ୍ଗ କରାଯାଉଥିବା ବେଳେ ବିଜେଡି ସୁପ୍ରିମୋ ଏହାକୁ କାଉଣ୍ଟର ମଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ ଭାଜପା ପକ୍ଷରୁ କିଛି ଭିଡିଓ ଭାଇରାଲ କରାଯାଇ ୫ଟି ସଚିବ ଭି କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରୁଥିବା କୁହାଯାଉଛି। ଏସବୁ ଅଭିଯୋଗକୁ ହାସ୍ୟାସ୍ପଦ ବୋଲି କହିବା ସହ ଏଭଳି କଥାର ଓଜନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଏନ୍‌ଆଇକୁ ଏକ ସାକ୍ଷାତକାର ଦେଇ ପାଣ୍ଡିଆନ ତାଙ୍କ ବଦଳରେ ନିଷ୍ପତ୍ତି ନେଉଥିବା ପ୍ରଶ୍ନର ଜବାବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଭଳି କଥା ହାସ୍ୟାସ୍ପଦ। ପୂର୍ବରୁ ଏନେଇ କହିଛିି। ଏହା ଗୋଟିଏ ପୁରୁଣା ଅଭିଯୋଗ। ଏହି କଥାର ଓଜନ ନାହିଁ। ଉଭୟ ଦେଶ ଓ ରାଜ୍ୟରେ ଲୋକପ୍ରିୟତା ହ୍ରାସ ପାଉଥିବାରୁ ଭାଜପା ନିରାଶ ହୋଇ ଏଭଳି ଅଭିଯୋଗ କରୁଛି। ବିଜେଡି ରାଜ୍ୟବାସୀଙ୍କ ପାଇଁ କାମ କରିବାକୁ ଧ୍ୟାନ ଦିଏ। ସେମାନେ ହିଁ ତାଙ୍କର ଉତ୍ତରାଧିକାରୀ କିଏ ହେବେ ତାହା ବାଛିବେ ବୋଲି ସେ କହିଛନ୍ତି।

Share