୬୦ରୁ ଅଧିକ ବେଗରେ ବାଇକ୍‌ ଚଳାଇଲେ ଲାଗିବ ଫାଇନ୍‌

ବାରିପଦା ଅଫିସ,୧୫ା୭: ଜନସାଧାରଣଙ୍କ ସୁରକ୍ଷା ଲାଗି ମୟୂରଭଞ୍ଜ ଜିଲାରେ ଦ୍ରୁତ ଗାଡ଼ି ଚଳାଚଳ ଉପରେ ଜିଲାପାଳ ବିନୀତ ଭରଦ୍ୱାଜ ପ୍ରତିବନ୍ଧକ ଲଗାଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟାା ୨୨୫୫/୧୪ ଜୁଲାଇ ୨୦୨୧ ଅନୁଯାୟୀ ଜାତୀୟ ରାଜପଥ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚଳପ୍ରଚଳ କରୁଥିବା ଗାଡ଼ିର ଗତିକୁ କମ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଜାତୀୟ ରାଜପଥରେ ମଧ୍ୟମ ଓ ଭାରି ଯାନଗୁଡ଼ିକ ୫୫-୬୦କି.ମି., ହାଲୁକା ଯାନ ୭୦-୮୦କି.ମି., ହାଲୁକା ମାଲ ପରିବହନ କରୁଥିବା ଯାନ ୬୦-୭୦କି.ମି., ବାଇକ୍‌୫୦-୬୦କି.ମି. ଓ ଟ୍ରାକ୍ଟର, ଅଟୋ, ଟ୍ରଲିରିକ୍ସା ଆଦି ଯାନ ୩୦-୪୦କି.ମି. ବେଗରେ ଚଳପ୍ରଚଳ କରିବା ନେଇ କଡ଼ାକଡ଼ି ନିୟମ ଜାରି କରାଯାଇଛି। ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଚଳପ୍ରଚଳ କରୁଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲାପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Share