ବିଭିନ୍ନ ସ୍ଥାନରେ ଚଢ଼ାଉ: ୬ ଗିରଫ

ସୋର,୧୪ା୭(ଜନ୍ମେଜୟ ମିଶ୍ର): ସୋର ଅବକାରୀ ବିଭାଗ ଏବଂ କେନ୍ଦ୍ରାଞ୍ଚଳ ଭ୍ରାମ୍ୟମାଣ ଅବକାରୀ ଗୋଇନ୍ଦା ବିଭାଗ ୟୁନିଟ-୧ ଗୁରୁବାର ପୂର୍ବାହ୍ନରେ ଗୋପୀନାଥପୁର ପଞ୍ଚାୟତ ବାଘ ଆମ୍ପୁଡା ଗ୍ରାମ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ପୋଚନଷ୍ଟ କରିବା ସହିତ ଦେଶୀମଦ, ଜିଞ୍ଜର ଏବଂ ବିୟର ଜବତ କରିଛି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ଅଡ଼ଙ୍ଗ ବଜାର ଗ୍ରାମର ଜନାର୍ଦ୍ଦନ ପାତ୍ର ଓ ବାୟାଣୀ ଧଡ଼ା, ପୁରୁଷୋତ୍ତମପୁର ଗ୍ରାମର ସୂର୍ଯ୍ୟମଣୀ ମଳିକ ଓ ସୁନନ୍ଦ ମଳିକ, ବର୍ତ୍ତନା ଗ୍ରାମର ଜୟଦେବ ରଣା ଏବଂ ହାଟସାହି ଗ୍ରାମର କମଳାକାନ୍ତ ସେଠୀ।