Categories: ଜାତୀୟ

ଏନ୍‌ଡିଏରେ ଫାଟ ବଢ଼ିଲା: ଭାରତ ବନ୍ଦକୁ ସମର୍ଥନ କଲା ଆର୍‌ଏଲ୍‌ପି

ନୂଆଦିଲ୍ଲୀ,୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଏନ୍‌ଡ଼ିଏରେ ଫାଟ ବଢ଼ିବା ଆରମ୍ଭ କରିଛି। ଏନ୍‌ଡ଼ିଏର ସହଯୋଗୀ ଦଳ ଅନ୍ନଦାତାଙ୍କ ପ୍ରତି ଢ଼ଳୁଥିବା ଦେଖିବାକୁ ମିଳୁଛି। ଏବେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆର୍‌ଏଲ୍‌ପି) ଚାଷୀ ସଂଗଠନ ପକ୍ଷରୁ ମଙ୍ଗଳବାର ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଏନ୍‌ଡିଏର ସହଯୋଗୀ ଭାବେ ଆର୍‌ଏଲ୍‌ପି ରହିବ କି ନାହିଁ ତାହା ମଙ୍ଗଳବାର ପରେ ହିଁ ବିଚାର କରାଯିବ ବୋଲି ଆର୍‌ଏଲ୍‌ପି ଅଧ୍ୟକ୍ଷ ହନୁମାନ ବେନିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, କୃଷି ଆଇନ ନେଇ ପୂର୍ବରୁ ଶିରୋମଣୀ ଅକାଳୀ ଦଳ ଏନ୍‌ଡ଼ିଏର ହାତ ଛାଡ଼ିଥିବାବେଳେ ପରବର୍ତ୍ତୀ ସମୟରେ ଜନିନାୟକ ପାର୍ଟି ପକ୍ଷରୁ ମଧ୍ୟ କୃଷି ଆଇନ ନେଇ ଅନ୍ନଦାତାଙ୍କୁ ସମର୍ଥନ କରାଯାଇଥିଲା।

Share