ବହୁଚର୍ଚ୍ଚିତ ଅଭିମନ୍ୟୁ ହତ୍ୟା ମାମଲା: ଆସିଲା ରାୟ…

ବାଲିଗୁଡା,୨୫।୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାର ସୋମବାର ରାୟ ଶୁଣାଇଛନ୍ତି ଗଞ୍ଜାମ ଜିଲା ଦୌରାଜଜ ରୂପଶ୍ରୀ ଚୌଧୁରୀ। ମାମଲାରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ ରାମ ନାରାୟଣ ନାହାକ, କାହ୍ନୁ ଚରଣ ସାହୁ, କେ.ବିଶ୍ୱଜିତ୍‌ ପାତ୍ର, ବବୁଲୁ ମୁନି, ରାସ ବିହାରୀ ଦାସ, ବାଲାଜୀ ଆଚାରୀ।

୨ ଅଭିଯୁକ୍ତ କୋର୍ଟରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୋଧରେ ବିଚାରପତି ୱାରେଣ୍ଟ ଜାରି କରିଛନ୍ତି। ଟାଉନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ବାଇଁଙ୍କ ଉପସ୍ଥିତିରେ ଏକ ସ୍ବତନ୍ତ୍ର ଟିମ୍‌ ୪ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କୋର୍ଟରେ ହଜାର କରିଥିଲେ। ୨୦୧୯ ଡିସେମ୍ବର ୧୦ରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁଙ୍କୁ ଅଭିଯୁକ୍ତମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ତତ୍କାଳୀନ ବାଲିଗୁଡା ଥାନା ଆଇଆଇସି ତଥା ବର୍ତ୍ତମାନର ବ୍ରହ୍ମପୁର ବଡ଼ବଜାର ଥାନା ଆଇଆଇସି ବାବଶଙ୍କର ସରାଫ ଚାର୍ଜସିଟ ଦାଖଲ କରିଥିବା ବେଳେ ପିପି ତ୍ରିଲୋଚନ ପରିଡ଼ା ମାମଲା ପରିଚାଳନା କରୁଥିଲେ।

Share