ଅଧିକାର କ୍ଷୁଣ୍ଣ

କର୍ନାଟକର ଖ୍ରୀଷ୍ଟିଆନ ସମୁଦାୟ ଓ ତାଙ୍କ ଉପାସନା ସ୍ଥଳୀଗୁଡ଼ିକ ଉପରେ କରାଯାଇଥିବା ସଂଘବଦ୍ଧ ଆକ୍ରମଣକୁ ନେଇ ଚଳିତ ସପ୍ତାହରେ ପିପୁଲ୍ସ ୟୁନିୟନ ଫର୍‌ ସିଭିଲ୍‌ ଲିବର୍ଟିିଜ୍‌(ପିୟୁସିଏଲ୍‌)ର ଏକ ରିପୋର୍ଟ ପ୍ରକାଶ ପାଇଛି। ଏହାସହ ଚଳିତ ସପ୍ତାହରେ କର୍ନାଟକ ସରକାର ସଂଖ୍ୟାଲଘୁଙ୍କ ଧାର୍ମିକ ସ୍ବାଧୀନତାରେ ବାଧା ଉପୁଜାଇବା ଭଳି ଏକ ଆଇନ ଆଣିବାକୁ ଘୋଷଣା କରିଛନ୍ତି। ପିୟୁସିଏଲ୍‌ ରିପୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍କର୍ଷ ସମ୍ପର୍କରେ ଅନ୍ୟମାନେ ଜାଣିବା ଉଚିତ ବୋଲି ମୁଁ ମନେକରୁଛି। ସାରା ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ସେମାନଙ୍କ ଧାର୍ମିକ ସ୍ଥଳୀ ଉପରେ ଉଦ୍ଦେଶ୍ୟମୂଳକ ଆକ୍ରମଣ ବଢ଼ିଚାଲିଛି। ୨୦୨୧ ଡିସେମ୍ବରର ପ୍ରଥମ ଦୁଇ ସପ୍ତାହରେ ମଧ୍ୟପ୍ରଦେଶ, ହରିୟାଣା ଓ କର୍ନାଟକରେ କେବଳ ଖ୍ରୀଷ୍ଟିଆନ୍‌ଙ୍କ ଉପରେ ଆକ୍ରମଣ ହୋଇଛି। ସଂଘବଦ୍ଧ ହିଂସା ଏବଂ ଉତ୍ତେଜନାପୂର୍ଣ୍ଣ ଘଟଣାଗୁଡ଼ିକ ଯୋଗୁ ଭୟର ବାତାବରଣ ସୃଷ୍ଟି ହୋଇଛି। କୁହାଯାଇପାରେ,ଏହା ପଛରେ ଆଇନର ସମର୍ଥନ ରହିଛି। ଧାର୍ମିକ ସ୍ବାଧୀନତାକୁ କ୍ଷୁଣ୍ଣ କରୁଥିବା ଏବଂ ଆନ୍ତଃଧର୍ମ ବିବାହକୁ ନିୟନ୍ତ୍ରଣ କରିବା ଲାଗି ୫ଟି ଭାରତୀୟ ଜନତା ପାର୍ଟି (ଭାଜପା) ଶାସିତ ରାଜ୍ୟରେ ଆଇନ ପାସ୍‌ କରାଯାଇଛି। ଏହି ଆଇନ ଧର୍ମ ପ୍ରଚାର ଓ ପାଳନ ସ୍ବାଧୀନତାକୁ ସଙ୍କୁଚିତ କରୁଛି। କର୍ନାଟକରେ ଭାଜପା ସରକାର ଏବେ ରାଜ୍ୟର ଚର୍ଚ୍ଚଗୁଡ଼ିକ ଉପରେ ସର୍ଭେ କରିବାକୁ ବିଚାର କରୁଛନ୍ତି। ହେଲେ ଖ୍ରୀଷ୍ଟିଆନ ଓ ସେମାନଙ୍କ ଧାର୍ମିକ କାର୍ଯ୍ୟ ଓ ସ୍ଥଳୀଗୁଡ଼ିକର ସମୀକ୍ଷା ବିନା ଏଥିରୁ କୌଣସି ସ୍ପଷ୍ଟ ସିଦ୍ଧାନ୍ତ ମିଳିବାର ସମ୍ଭାବନା ନାହିଁ। ଧର୍ମ ଓ ଜାତି ଆଧାରିତ ହିଂସା ବା ଅପରାଧକୁ ରାଜ୍ୟ ଅଲଗା ପଞ୍ଜୀକୃତ କରୁ ନାହିଁ। ଏହିସବୁ ଘଟଣା ସମ୍ପର୍କରେ ସରକାର ଖୁବ୍‌ କମ୍‌ ତଥ୍ୟ ଦେଉଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ପ୍ରକାଶିତ ଏକ ତଥ୍ୟ ସମ୍ବଳିତ ରିପୋର୍ଟରୁ ଜଣାପଡ଼ିଥିଲା ଯେ, କର୍ନାଟକରେ ୯୦ରୁ ଅଧିକ ଏଭଳି ହିଂସା ଘଟିଛି। ମୁଖ୍ୟତଃ ଉତ୍ତର ଭାରତରେ ଖ୍ରୀଷ୍ଟିଆନ, ସେମାନଙ୍କ ଚର୍ଚ୍ଚ ଓ ପ୍ରାର୍ଥନା ଗୃହ ଉପରେ ୩୦୦ରୁ ଊର୍ଦ୍ଧ୍ୱ ଆକ୍ରମଣ କରାଯାଇଥିବା ମଧ୍ୟ ଏହି ରିପୋର୍ଟ ସୂଚିତ କରିଛି। ଆସୋସିଏଶନ ଫର୍‌ ପ୍ରୋଟେକ୍‌ସନ ଅଫ୍‌ ସିଭିଲ୍‌ ରାଇଟ୍ସ, ୟୁନାଇଟେଡ୍‌ ଖ୍ରୀଷ୍ଟିଆନ ଫୋରମ୍‌ ଏବଂ ୟୁନାଇଟେଡ୍‌ ଏଗ୍ନେଷ୍ଟ ହେଟ୍‌ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ ‘ଖ୍ରୀଷ୍ଟିଆନ୍‌ ଅଣ୍ଡର୍‌ ଆଟାକ୍‌’ରେ ଯେଉଁ ବିଷୟଗୁଡ଼ିକୁ ରେକର୍ଡ କରାଯାଇଛି ତାହା ଏବକାର ପିୟୁସିଏଲ୍‌ ରିପୋର୍ଟକୁ ମଧ୍ୟ ପରିପୁଷ୍ଟ କରୁଛି। ପ୍ରାର୍ଥନା କରିବାକୁ ବାରଣ, ଧର୍ମଯାଜକ ଓ ପ୍ରାର୍ଥନାକାରୀଙ୍କୁ ବେଆଇନ ଭାବେ ଅଟକ ଏବଂ ସେମାନଙ୍କ ବିରୋଧରେ ଭୁଲ୍‌ ଅଭିଯୋଗ ଦାଏର କରିବା ଭଳି ବିଷୟଗୁଡ଼ିକ ଏଥିରେ ରହିଛି। ଧାର୍ମିକ ଆଇନ ଏବଂ ଭାଜପାର ନେତା ଓ ସହଯୋଗୀମାନଙ୍କ ହିଂସା ଉଦ୍ରେକକାରୀ ଭାଷଣ ଯୋଗୁ ଏସବୁ ଘଟୁଛି।
ଭାରତୀୟ ସଂଖ୍ୟାଲଘୁଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ହିଂସା, ଦମନ ଓ ଭୟ ପ୍ରଦର୍ଶନ ଅନେକ ସମୟରେ ରାଜ୍ୟ ଏବଂ କ୍ଷମତାରେ ଥିବା ପାର୍ଟି ସମର୍ଥନରେ କରାଯାଉଛି ବୋଲି ସିଭିଲ୍‌ ସୋସାଇଟି ଡକ୍ୟୁମେଣ୍ଟରୁ ଜଣାପଡ଼ିବା ବାସ୍ତବିକ ଗୁରୁତ୍ୱପୂର୍ଣ୍ଣ। କର୍ନାଟକରେ ଏହି ପ୍ରକାରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରାଯାଇଛି। ଅନେକ ସମୟରେ ଆକ୍ରମଣକାରୀମାନେ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ସଂଘବଦ୍ଧ ଭାବେ ପ୍ରବେଶ କରି ଭଜନ ବୋଲୁଛନ୍ତି ଏବଂ ସ୍ଲୋଗାନ୍‌ ଦେଉଛନ୍ତି। ସେଠାରେ କ’ଣ ହେଉଛି ତାହା ନ ଜାଣି କିମ୍ବା କୌଣସି ପ୍ରମାଣ ନ ଥାଇ ବଳପୂର୍ବକ ଧର୍ମାନ୍ତରୀକରଣ ହେଉଛି ବୋଲି ସେମାନେ ଦାବି କରୁଛନ୍ତି। ବହୁ ସମୟରେ ସେମାନେ ସମବେତ ଲୋକଙ୍କୁ ଆକ୍ରମଣ କରୁଛନ୍ତି ଓ ପ୍ରାର୍ଥନାରେ ବାଧା ସୃଷ୍ଟି କରୁଛନ୍ତି। ରାଜ୍ୟ ଏଭଳି ଆପରାଧିକ ହସ୍ତକ୍ଷେପକୁ ଏକ ପ୍ରମୁଖ ଅପରାଧ ଭାବେ ଦେଖୁନାହିଁ। ଏପରି କି ମିଡିଆ ଅତୀତରେ ‘ବଳପୂର୍ବକ ଧର୍ମାନ୍ତରୀକରଣ’ର ଅସଂଖ୍ୟ ପ୍ରମାଣରହିତ ଅଭିଯୋଗକୁ ଦେଖିତ୍ବାରେ ସକ୍ଷମ ହୋଇପାରିନାହିଁ। ବହୁ ସମୟରେ ନିଜର ଧର୍ମ ଓ ବିଶ୍ୱାସକୁ ନେଇ ସାମ୍ବିଧାନିକ ତଥା ମୌଳିକ ଅଧିକାର ପାଳନ କରୁଥିବା ଚର୍ଚ୍ଚର ପାଦ୍ରୀ ବା ଧର୍ମଯାଜକଙ୍କୁ ଅକଳରେ ପକାଉଥିବା ହିଂସୁକ ଗୋଷ୍ଠୀଙ୍କୁ ଛାଡ଼ି ପୀଡ଼ିତଙ୍କ ବିରୋଧରେ ପୋଲିସ କେସ୍‌ ଫାଇଲ୍‌ କରୁଛି। ଓ୍ବର୍ସିିପର୍ସ ବା ପ୍ରାର୍ଥନାରେ ସମବେତ ଲୋକଙ୍କ ବ୍ୟକ୍ତିଗତ ଜୀବନରେ ପୋଲିସ ହସ୍ତକ୍ଷେପ କରୁଛି ଓ ସେମାନେ କେଉଁ ଜାତିର ଜାଣିବାକୁ ଚାପ ପକାଉଛି। ଓ୍ବର୍ସିିପର୍ସ ସୁରକ୍ଷା ଚାହଁୁଥିବାବେଳେ ସେମାନଙ୍କୁ ଭୟଭୀତ କରାଯାଉଛି। ବହୁ ସମୟରେ ସେମାନେ ଆଉ ପ୍ରାର୍ଥନା କରିବାକୁ ଆସୁନାହାନ୍ତି। ଚର୍ଚ୍ଚର କାର୍ଯ୍ୟ ଓ ପ୍ରାର୍ଥନା ଏକ ମୌଳିକ ଅଧିକାର ଓ ଏହା କରିବା ଲାଗି ପର୍ଯ୍ୟାପ୍ତ ସ୍ବାଧୀନତା ରହିଛି। କିନ୍ତୁ ଏହା ବନ୍ଦ କରିବାକୁ ଚେଷ୍ଟା କରାଯାଉଛି। ବହୁ ସମୟରେ ପୋଲିସ ହିଂସା ଓ ଭୟ ପ୍ରଦର୍ଶନର ଭିତିରି ରହସ୍ୟ ଉପରେ ନିଶ୍ଚିତ ହେଉନାହିଁ। ହିଂସା ଓ ଭୟ ପ୍ରର୍ଦଶନ ପର ଘଟଣା ଉପରେ ଅଧିକ ଧ୍ୟାନ ଦିଆଯାଉଛି।
ଏଭଳି ଆକ୍ରମଣରେ ନିହିତ ରହିଛି ଜାତି ବା ସମ୍ପ୍ରଦାୟବାଦ, ଜାତିଭିତ୍ତିକ ନିର୍ଯାତନା ଏବଂ ହିଂସାଭାବ। ଧାର୍ମିକ ସ୍ବାଧୀନତାକୁ ଅନୁପ୍ରବେଶ କରୁଥିତ୍ବା ଆକ୍ରମଣକାରୀ ଏବଂ ବ୍ୟକ୍ତିମାନେ ପ୍ରାର୍ଥନା ପାଇଁ ସମବେତ ଲୋକଙ୍କୁ ଜାତିଭିତ୍ତିକ ଗାଳି କରୁଛନ୍ତି। ପ୍ରାର୍ଥନାକାରୀଙ୍କୁ ଲଗାତର ଆକ୍ରମଣ କରାଯାଉଛି। ହିଂସା ପରେ କିଛି ସାମାଜିକ ସ୍ତରରେ ମାନସିକ ଆଘାତ ଦିଆଯାଉଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବହୁ କ୍ଷେତ୍ରରେ ଜୀବିକାରେ କ୍ଷତି, ସାମାଜିକ ବାସନ୍ଦ ଓ ବହିଷ୍କାର କରାଯାଉଛି। ସେମାନେ ପ୍ରାପ୍ୟ ବା ଅଧିକାରରୁ ବଞ୍ଚିତ ହେଉଛନ୍ତି, ଗୃହର କ୍ଷତି ହେଉଛି। ଏସବୁ ଘଟଣା କେବଳ ସେମାନଙ୍କ ଅଧିକାର ଓ ମର୍ଯ୍ୟାଦା କ୍ଷୁଣ୍ଣ କରୁଛି। ଏଭଳି ଆପରାଧିକ ଅଭିଯୋଗ ଯେଉଁମାନଙ୍କ ବିରୋଧରେ ଆସୁଛ, ସେମାନେ ହିନ୍ଦୁତ୍ୱବାଦୀ କିମ୍ବା ସେମାନଙ୍କ ଦ୍ୱାରା ସଂଗଠିତ ଗୋଷ୍ଠୀର ବୋଲି ପିୟୁସିଏଲ୍‌ ରିପୋର୍ଟ ଦର୍ଶାଇଛି। କର୍ନାଟକରେ ହେବାକୁ ଥିତ୍ବା ଆଇନ ଯୋଗୁ ସଂଖ୍ୟାଲଘୁଙ୍କ ଉପରେ ଅକ୍ରମଣ ବଢିଚାଲିବ। ଉକ୍ତ ଆଇନ ବିଶେଷକରି କର୍ନାଟକର ଖ୍ରୀଷ୍ଟିଆନଙ୍କ ସ୍ବାଧୀନତାରେ ବାଧା ସୃଷ୍ଟି କରିବାକୁ ରାଜ୍ୟ ସରକାର ଓ ପୋଲିସକୁ ସୁଯୋଗ ଦେବ। ୨୦୧୮ ପରଠାରୁ ଧାର୍ମିକ ସ୍ବାଧୀନତା ବିରୋଧରେ ଆଇନ ଆଣିଥିତ୍ବା ଅନ୍ୟ ୫ ଭାଜପା ଶାସିତ ରାଜ୍ୟରେ ଅନୁରୂପ ଘଟଣା ମଧ୍ୟ ଘଟିବ।

  • ଆକାର ପଟେଲ

Enter your email to get our daily news in your inbox.

All Right Reserved By Dharitri.Com

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି...

ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ...

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri