ଘର ଚଳାଇବା ପାଇଁ ରାସ୍ତା କଡ଼ରେ ପୋଷାକ ବିକ୍ରି କରୁଥିଲେ ଏହି ଅଭିନେତ୍ରୀ

ହଲିଉଡ୍‌ ଅଭିନେତ୍ରୀ ତଥା ଗାୟିକା ରିହାନା ନାମ କାହା ପାଇଁ ନୂଆ ନୁହେଁ। କିନ୍ତୁ କୃଷକ ଆନ୍ଦୋଳନ ଯୋଗୁ ଏହି ନାମ ବିଗତ କିଛି ଦିନ ହେବ ଭାରତରେ ଚର୍ଚ୍ଚାରେ ରହିଛି। ରିହାନା ଜଣେ ଅନ୍ତର୍ଜାତୀୟ ତାରକା। ସମଗ୍ର ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ଆଜି ଅର୍ଥାତ୍‌ ୨୦ ଫେବୃୟାରୀ ହେଉଛି ତାଙ୍କର ଜନ୍ମଦିନ।
ରିହାନାଙ୍କ ପିଲାଦିନ ବହୁତ କଷ୍ଟଦାୟକ ଥିଲା। ଆର୍ଥିକ ସମସ୍ୟା ଯୋଗୁ ସେ ପିଲାଟିଦିନରୁ କାମ କରିବା ଆରମ୍ଭ କରିଦେଇଥିଲେ। ବାପାଙ୍କ ସହ ମିଶି ରାସ୍ତା କଡ଼ରେ ତାଙ୍କୁ ପୋଷାକ ବିକ୍ରି କରିବାକୁ ପଡୁଥିଲା। ତାଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ତାଙ୍କ ମା’ବାପାଙ୍କର ଛାଡପତ୍ର ହୋଇଥିଲା। ଆଜି ରିହାନା ଯେଉଁ ସ୍ଥାନରେ ପହଞ୍ଚି ପାରିଛନ୍ତି ସେଥିପାଇଁ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା।
କିନ୍ତୁ ଏବେର କଥା କହିଲେ, ରିହାନା ନିଜର ବୋଲ୍ଡ ଅନ୍ଦାଜ, ଫ୍ୟାଶନ ସେନ୍ସ ଏବଂ ଷ୍ଟାଇଲ ପାଇଁ ବେଶ୍‌ ପରିଚିତ। ତାଙ୍କ ମ୍ୟୁଜିକ୍‌ ପରଫର୍ମସ୍‌ ଏବଂ କନସର୍ଟସ ପାଇଁ ସେ ସମସ୍ତଙ୍କୁ ନିଜର ଦିଓ୍ବାନା କରିପାରିଛନ୍ତି। ରିହାନା ତାଙ୍କ କ୍ୟାରିୟରରେ ୯ଥର ଗ୍ରାମୀ ଆଓ୍ବାର୍ଡ ଜିତିଛନ୍ତି।

Share