ରିହାନା କିଣିଲେ ନୂଆ ଘର, ଦାମ୍‌ ଜାଣିଲେ…

ଭାରତରେ ଚାଲିଥିବା କିଷାନ ଆନ୍ଦୋଳନ ସମ୍ପର୍କରେ ଟୁଇଟ୍‌ କରି ଚର୍ଚ୍ଚାକୁ ଆସିଥିବା ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନା ଏବେ ନିଜ ଘରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ରିହାନା ୧୩.୮ ମିଲିୟନ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୦୦ କୋଟି ଟଙ୍କାରେ ଏକ ବିଳାସମୟ ଘର କିଣିଛନ୍ତି।

ରିହାନାଙ୍କ ଏହି ଘର ଆମେରିକାର କାଲିଫର୍ନିଆସ୍ଥିତ ବେବେର୍ଲି ହିଲ୍‌ସ ସହରରେ ଅବସ୍ଥିତ। ଏହି ହିଲ୍‌ସ ଅଞ୍ଚଳରେ କେତେକ ହଲିଉଡ୍‌ କଳାକାରଙ୍କ ଘର ମଧ୍ୟ ରହିଛି। ଏହି ସହରକୁ ଆମେରିକାର ସବୁଠୁ ଦାମୀ ସହର କୁହାଯାଏ। ୧୯୩୦ରେ ଏହି ଅଞ୍ଚଳ ୨୧,୯୫୮ ସ୍କୋୟାର ଫୁଟ୍‌ ଥିଲା। ୫ ବେଡ୍‌ରୁମ୍‌ ବିଶିଷ୍ଟ ଏହି ମହଲରେ ୭ଟି ବାଥ୍‌ରୁମ୍‌ ରହିଛି।

ଏଠାରେ ପାରମ୍ପରିକ ସାମଗ୍ରୀ ସବୁ ଦେଖିବାକୁ ମିଳେ। ଏହି ମହଲରେ ଏୟାର ସେଣ୍ଟ୍ରାଲ କୋର୍ଟୟାର୍ଡ, ଟେରେସ, ପୁଲ୍‌, ସ୍ପା ଏବଂ ଫାୟାରପିଟ୍‌ସ ଆଦିର ସୁବିଧା ରହିଛି। ରିହାନାଙ୍କ ରୋଷେଇ ଘର ବହୁତ ସୁନ୍ଦର। ତାଙ୍କ କିଚେନ ଗାର୍ଡେନ ଟେକ୍ନୋଲୋଜି ଏବଂ ଇକ୍ୱିମ୍ପମେଣ୍ଟ୍‌ସ ଏବଂ ଏହାର ସ୍ଥାନ ବହୁତ ଅଧିକ।

ରିହାନା ଏହି ଘରକୁ ୨୦୧୬ ମସିହାରେ କିଣିଥିଲେ। ଏହା ପରେ ସେ ଏହି ମହଲକୁ ବହୁତ ପରିବର୍ତ୍ତନ କରିଦେଇଛନ୍ତି। ଏହି ମହଲର ଭିତରକୁ ଧଳା କାଚ ଏବଂ କଳା କାଚରେ ସଜେଇଛନ୍ତି। ମହଲରେ ଗୋଟିଏ ବେଟ୍‌ ବାର ବି ରହିଛି। ଲିଭିଂ ରୁମ୍‌ ଏବଂ ଲାଉଞ୍ଜ ରୁମ୍‌ ସୁନ୍ଦର ଜାଗାରେ ରହିଛି। ରିହାନା ନିଜର ମ୍ୟୁଜିକ୍‌ କ୍ୟାରିୟର ବ୍ୟତୀତ ମେକଅପ୍‌ ବ୍ରାଣ୍ଡର ଫ୍ୟାଟି ବ୍ୟୁଟି ଏବଂ ଲଗ୍‌ଜରୀ ବ୍ରାଣ୍ଡ ଜରିଆରେ ବହୁତ ପଇସା ରୋଜଗାର କରୁଛନ୍ତି।

Share