ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ରିହାନା

ପ୍ରସିଦ୍ଧ ଗାୟିକା ରିହାନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ରିହାନା ତାଙ୍କ ଗର୍ଭଧାରଣକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ନିକଟରେ ସେ ତାଙ୍କ ପ୍ରେମିକ ତଥା ରାପର୍‌ ରକିଙ୍କ ସହ ନ୍ୟୁୟର୍କ ସହରର ରାସ୍ତାରେ ବୁଲୁଥିବାର ନଜର ଆସିଥିଲେ। ଏଠାରେ ରିହାନା ତାଙ୍କ ବେବି ବମ୍ପ ଜବରଦସ୍ତ ପୋଜ ଦେଇଥିଲେ। ଏହି ସମୟରେ, ରିହାନା ଏକ ଲମ୍ବା ଗୋଲାପୀ ରଙ୍ଗର ପଫର୍‌ ଜ୍ୟାକେଟ ପିନ୍ଧି ଥିବାବେେ, ରକିଙ୍କୁ ଏକ ଧଳା ଟି-ଶର୍ଟ, ଧଳା ସ୍ବେଟର୍‌ ଏବଂ ଡେନିମ ଜ୍ୟାକେଟରେ ଦେଖିବାକୁ ମିଳିଥିଲ। ଏହା ରିହାନାର ପ୍ରଥମ ସନ୍ତାନ, ତେଣୁ ସେ ବେଶ୍‌ ଖୁସି ଅଛନ୍ତି।
କିଛିଦିନ ପୂର୍ବରୁ ୩୩ ବର୍ଷିୟା ରିହାନା ଏକ ପରିବାର ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିସାରିଥିଲେ। ମୁଁ ଜଣେ କଳା ମହିଳା। କାରଣ ମୁଁ ଜଣେ କଳା ମହିଳାଙ୍କଠାରୁ ଆସିଥିଲି ଏବଂ ସେ ମଧ୍ୟ ଜଣେ କଳା ମହିଳାଙ୍କଠାରୁ ଆସିଥିଲେ। ମୁଁ ମଧ୍ୟ ଏକ କଳା ନାରୀକୁ ଜନ୍ମ ଦେବି ବୋଲି ସେ କହିଥିଲେ। ୨୦୧୯ ରକିଙ୍କ ସହ ଥିବା ତାଙ୍କ ପ୍ରେମସମ୍ପର୍କକୁ ସର୍ବସାଧାରଣରେ ପ୍ରକାଶ କରିଥିଲେରିହାନା। ଏହା ପରଠାରୁ ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳେ।

Share