Posted inଖେଳ

ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ୍‌ ଲଞ୍ଚ୍‌ କଲେ ରିଜିଜୁ

ନୂଆଦିଲ୍ଲୀ,୧୫।୮(ପି.ଟି.): କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ୍‌ ଲଞ୍ଚ୍‌ କରିଛନ୍ତି। ସାରା ଦେଶରେ ଏହି ଇଭେଣ୍ଟ ଫିଟ୍‌ନେସ୍‌ରେ ଉଦାହରଣ ସୃଷ୍ଟି କରିବ ବୋଲି କୁହାଯାଉଛି। ଏବେ ସାରା ଦେଶ ତଥା ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାର ପ୍ରାସଙ୍ଗିକତା ରହିଛି। ଅଂଶଗ୍ରହଣକାରୀମାନେ ନିଜ ସ୍ଥାନ ଓ ଗତିରେ ଅଗଷ୍ଟ ୧୫ଠାରୁ ଅକ୍ଟୋବର ୨ ତାରିଖ ମଧ୍ୟରେ ଦୌଡ଼ି ପାରିବେ ବୋଲି କୁହାଯାଇଛି।
ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌), ଇଣ୍ଡୋ- ଟିବେଟାନ ବର୍ଡର ପୋଲିସ (ଆଇଟିବିପି) ଓ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌) ଭଳି ସଶସ୍ତ୍ର ବାହିନୀ ଦେଶର ଏହି ସର୍ବବୃହତ୍‌ ଦୌଡ଼ରେ ସାମିଲ ହେବେ। ଏମାନଙ୍କ ସହିତ ଯୋଗ ଦେବେ ଭାରତୀୟ ରେଲଓ୍ବେ, ସିବିଏସ୍‌ଇ ଓ ଆଇସିଏସ୍‌ଇ ସ୍କୁଲ। ନେହେରୁ ଯୁବା କେନ୍ଦ୍ର ସଙ୍ଗଠନ (ଏନ୍‌ଓ୍ବାଇକେଏସ୍‌) ଓ ନ୍ୟାଶନାଲ ସର୍ଭିସ ସ୍କିମ୍‌ (ଏନ୍‌ଏସ୍‌ଏସ୍‌) ଅଫ୍‌ ୟଥ ଆଫୟାର୍ସ ଡିପାର୍ଟମେଣ୍ଟର ୭୫ ଲକ୍ଷ ଭଲ୍ୟୁଣ୍ଟିୟରମାନେ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ଟ୍ରେନିମାନେ ଏହି ଇଭେଣ୍ଟରେ ଯୋଗ ଦେବେ। ପ୍ରୋକାମ ଓ ଗୋକ୍ୱି ଭଳି ଫିଟ୍‌ନେସ୍‌ କେର୍ପୋରେଟମାନେ ଏଥିରେ ସହଯୋଗ କରିବେ। ସ୍ବାଧୀନତା ଦିବସ ଉପଲକ୍ଷେ ବହୁ ସଂଖ୍ୟାରେ ଲୋକ ଏଥିରେ ଯୋଗ ଦେବେ। ଏହି ରନ୍‌ରେ ଅଂଶଗ୍ରହଣ ନେଇ ଉତ୍ସାହ ଦେଖି ବେଶ୍‌ ଅଭିଭୂତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଲଞ୍ଚ୍‌ କରିଥିବା ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟର ଏହା ଏକ ଦୃଷ୍ଟି ଓ ଏହା ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି ବୋଲି ରିଜିଜୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Rishabh Pantଙ୍କ ଉପରେ BCCI ଲଗାଇଲା ୨୪ ଲକ୍ଷ ଟଙ୍କାର ଜରିମାନା, ବର୍ତ୍ତି ପାରିଲାନି LSG ଟିମ୍‌

ନୂଆଦିଲ୍ଲୀ,୨୮।୪: ରବିବାର ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୫୪ ରନରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ ପରେ ଲକ୍ଷ୍ନୌର ଅଧିନାୟକ ରିଷଭ ପନ୍ତଙ୍କୁ...

IPL 2025 Video: ଧୋନୀଙ୍କ ଦଳ ହାରୁଥିବା ଦେଖି ଭୋ ଭୋ ହୋଇ କାନ୍ଦିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୮।୪: ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲ ୨୦୨୫ ସବୁଠାରୁ ଖରାପ ସିଜନ ପ୍ରମାଣିତ ହୋଇଛି। ଦଳ ପଏଣ୍ଟ ଟେବୁଲର ସବୁଠାରୁ...

ପାକିସ୍ତାନ ସୁପର ଲିଗରେ ସାମିଲ ଥିବା ୨୩ ଭାରତୀୟ ସ୍ବଦେଶ ଫେରିଲେ

କରାଚୀ,୨୭ା୪: ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ...

ଏସିଆନ ଭଲିବଲ୍‌ରୁ ଓହରିଲା ଭାରତ

ଲାହୋର,୨୭ା୪: ପହଲଗାମ୍‌ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍‌ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ...

IPLରେ ବୁମରାଙ୍କ ଆଉ ଏକ ସଫଳତା

ମୁମ୍ବାଇ,୨୭ା୪: ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ତଥା ଭାରତୀୟ ଦଳର ପ୍ରିମିୟର ପେସର ଯଶପ୍ରୀତ ବୁମରା ତାଙ୍କ ଉଲ୍ଲେଖନୀୟ କ୍ୟାରିୟରରେ ଆଉ ଏକ ସଫଳତା ଯୋଡ଼ିଛନ୍ତି। ସେ ରବିବାର...

ଶ୍ରୀଲଙ୍କାକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

କଲମ୍ବୋ, ୨୭ା୪: ଓପନର ପ୍ରତୀକା ରାଓ୍ବଲଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ସ୍ମୃତି ମନ୍ଧାନା ଓ ହାର୍ଲିନ ଦେଓଲଙ୍କ ଉପଯୋଗୀ ଅବଦାନ ସହାୟତାରେ ଭାରତ କଲମ୍ବୋରେ ଚାଲିଥିବା...

ଭାରତୀୟ ଖେଳାଳିଙ୍କୁ ଅଣଦେଖା କରୁଛନ୍ତି ରିକି ପଣ୍ଟିଂ, ଦେଉନାହାନ୍ତି ସୁଯୋଗ…

ନୂଆଦିଲ୍ଲୀ,୨୭।୪: ପଞ୍ଜାବ କିଙ୍ଗ୍ସକୁ ସବୁଠାରୁ ଦୁର୍ବଳ ଦଳ ମଧ୍ୟରେ ଗଣନା କରାଯାଉଥିଲା। କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଏବଂ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ...

ଟିମ୍‌ ଇଣ୍ଡିଆରୁ ବହିଷ୍କୃତ ହେବା ପରେ ନାୟରଙ୍କୁ ମିଳିଲା ଆଉ ଏକ ଚାକିରି, ହେଲେ ଏହି ଟିମ୍‌ର ମେଣ୍ଟର

ନୂଆଦିଲ୍ଲୀ,୨୭।୪: ଟିମ୍‌ ଇଣ୍ଡିଆର ପୂର୍ବତନ ସହାୟକ ପ୍ରଶିକ୍ଷକ ଅଭିଷେକ ନାୟାର ଏବେ ପ୍ରଶିକ୍ଷକ ଦଳର ଅଂଶ ନୁହଁନ୍ତି। ନିକଟରେ ବିସିସିଆଇ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image