New Delhi: Union MoS Youth Affairs and Sports (Independent Charge) and Minority Affairs, Kiren Rijiju addresses at the meeting of the National Sports Federations (NSFs) to discuss National Sports code and other issues, in New Delhi on Oct 11, 2019. (Photo: IANS/PIB)
ନୂଆଦିଲ୍ଲୀ,୧୫।୮(ପି.ଟି.): କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ଲଞ୍ଚ୍ କରିଛନ୍ତି। ସାରା ଦେଶରେ ଏହି ଇଭେଣ୍ଟ ଫିଟ୍ନେସ୍ରେ ଉଦାହରଣ ସୃଷ୍ଟି କରିବ ବୋଲି କୁହାଯାଉଛି। ଏବେ ସାରା ଦେଶ ତଥା ବିଶ୍ୱରେ କୋଭିଡ୍-୧୯ ମହାମାରୀର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାର ପ୍ରାସଙ୍ଗିକତା ରହିଛି। ଅଂଶଗ୍ରହଣକାରୀମାନେ ନିଜ ସ୍ଥାନ ଓ ଗତିରେ ଅଗଷ୍ଟ ୧୫ଠାରୁ ଅକ୍ଟୋବର ୨ ତାରିଖ ମଧ୍ୟରେ ଦୌଡ଼ି ପାରିବେ ବୋଲି କୁହାଯାଇଛି।
ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍ଏଫ୍), ଇଣ୍ଡୋ- ଟିବେଟାନ ବର୍ଡର ପୋଲିସ (ଆଇଟିବିପି) ଓ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍) ଭଳି ସଶସ୍ତ୍ର ବାହିନୀ ଦେଶର ଏହି ସର୍ବବୃହତ୍ ଦୌଡ଼ରେ ସାମିଲ ହେବେ। ଏମାନଙ୍କ ସହିତ ଯୋଗ ଦେବେ ଭାରତୀୟ ରେଲଓ୍ବେ, ସିବିଏସ୍ଇ ଓ ଆଇସିଏସ୍ଇ ସ୍କୁଲ। ନେହେରୁ ଯୁବା କେନ୍ଦ୍ର ସଙ୍ଗଠନ (ଏନ୍ଓ୍ବାଇକେଏସ୍) ଓ ନ୍ୟାଶନାଲ ସର୍ଭିସ ସ୍କିମ୍ (ଏନ୍ଏସ୍ଏସ୍) ଅଫ୍ ୟଥ ଆଫୟାର୍ସ ଡିପାର୍ଟମେଣ୍ଟର ୭୫ ଲକ୍ଷ ଭଲ୍ୟୁଣ୍ଟିୟରମାନେ ଓ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ)ର ଟ୍ରେନିମାନେ ଏହି ଇଭେଣ୍ଟରେ ଯୋଗ ଦେବେ। ପ୍ରୋକାମ ଓ ଗୋକ୍ୱି ଭଳି ଫିଟ୍ନେସ୍ କେର୍ପୋରେଟମାନେ ଏଥିରେ ସହଯୋଗ କରିବେ। ସ୍ବାଧୀନତା ଦିବସ ଉପଲକ୍ଷେ ବହୁ ସଂଖ୍ୟାରେ ଲୋକ ଏଥିରେ ଯୋଗ ଦେବେ। ଏହି ରନ୍ରେ ଅଂଶଗ୍ରହଣ ନେଇ ଉତ୍ସାହ ଦେଖି ବେଶ୍ ଅଭିଭୂତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଲଞ୍ଚ୍ କରିଥିବା ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟର ଏହା ଏକ ଦୃଷ୍ଟି ଓ ଏହା ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି ବୋଲି ରିଜିଜୁ କହିଛନ୍ତି।