Categories: ଖେଳ

ଘରକୁ ଘର ବୁଲି ସିଲିଣ୍ଡର ପହଞ୍ଚାଉଛନ୍ତି କ୍ରିକେଟର ରିଙ୍କୁ ସିଂଙ୍କ ବାପା, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧: ଆଜି ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଆଇପିଏଲ ଏବଂ ଘରୋଇ କ୍ରିକେଟରେ କ୍ରମାଗତ ଚମତ୍କାର ପ୍ରଦର୍ଶନ ପରେ ରିଙ୍କୁ ସିଂ ବର୍ତ୍ତମାନ ଟିମ ଇଣ୍ଡିଆ ପାଇଁ କ୍ରମାଗତ ରନ ସ୍କୋର କରୁଛନ୍ତି। ବିଶେଷକରି, ଶେଷ ଓଭରରେ ରିଙ୍କୁ ସିଂ ଯେଉଁଭଳି ଭାବରେ ଫିନିଶ କରୁଛନ୍ତି, ଯାହାକୁ ଦେଖିବା ପରେ କ୍ରିକେଟରଙ୍କ ପ୍ରଶଂସକଙ୍କ ଆହୁରି ବଢିଯାଇଛି। କିନ୍ତୁ ଆପଣ ଜାଣନ୍ତି କି ରିଙ୍କୁ ସିଂଙ୍କ ପିତା ଆଜି ବି ତାଙ୍କ କାମ ଛାଡିନାହାଁନ୍ତି। ବାସ୍ତବରେ ରିଙ୍କୁ ସିଂଙ୍କ ପିତା ଏଲପିଜି ସିଲିଣ୍ଡରକୁ ଘରକୁ ଘର ପହଞ୍ଚାଇବା କାମ କରନ୍ତି। ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ରିଙ୍କୁ ସିଂଙ୍କ ବାପା ଘରେ ଘରେ ଏଲପିଜି ସିଲିଣ୍ଡର ପହଞ୍ଚାଉଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେଉଛନ୍ତି। ହେଲେ ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ ଯେତେବେଳେ ରିଙ୍କୁ ସିଂ ଏତେ ବଡ ଷ୍ଟାର, ତାଙ୍କର ରୋଜଗାର କୋଟି କୋଟି ଟଙ୍କା, ତେବେ ତାଙ୍କ ପିତା ସିଲିଣ୍ଡର ବିତରଣ ପାଇଁ କାହିଁକି କାର୍ଯ୍ୟ କରୁଛନ୍ତି? ରିଙ୍କୁ ସିଂ ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ରିଙ୍କୁ ସିଂ କହିଛନ୍ତି , ସେ ତାଙ୍କ ପିତାଙ୍କୁ ଅନେକ ଥର ମନା କରିଛନ୍ତି, କିନ୍ତୁ ସେ କାମ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ରିଙ୍କୁ ସିଂ କହିଛନ୍ତି, ମୁଁ ମୋ ବାପାଙ୍କୁ ବିଶ୍ରାମ ନେବାକୁ କହିଥିଲି, କାରଣ ତାଙ୍କ ପାଇଁ ଆମ ପାଖରେ ବହୁତ କିଛି ଅଛି ଯେ ସେ ସିଲିଣ୍ଡର ବିତରଣ କରିବା କାମ ଛାଡିଦିଅନ୍ତୁ। କିନ୍ତୁ ସେ ତଥାପି ଏହା କରୁଛନ୍ତି ଏବଂ ତାଙ୍କ କାର୍ଯ୍ୟକୁ ଭଲ ପାଆନ୍ତି ।

 

Share