Categories: ଖେଳ

ଜାତୀୟ ଦଳରେ ଚୟନ ପରେ ଧୋନୀଙ୍କୁ ମନେ ପକାଇଲେ ରିଙ୍କୁ ସିଂ, କହିଲେ…

ନୂଆଦିଲ୍ଲୀ, ୧୬। ୭: ଆଇପିଏଲ୍ ୨୦୨୩ରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳି ଜବରଦସ୍ତ ବ୍ୟାଟିଂ କରିଥିଲେ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ। ଏବେ ତାଙ୍କୁ ତାର ଫଳସ୍ବରୂପ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି। ଏସିଆନ୍ ଗେମ୍ସ ୨୦୨୩ ଲାଗି ଘୋଷଣା ହୋଇଥିବା ଭାରତୀୟ ଟିମରେ ତାଙ୍କୁ ସାମିଲ କରାଯାଇଛି।

ଜାତୀୟ ଦଳରେ ସାମିଲ ହେବା ପରେ ରିଙ୍କୁ ମହେନ୍ଦ୍ର ସିଂ ଧୋନୀ ଙ୍କୁ ମନେ ପକାଇଛନ୍ତି। ଆଇପିଏଲ୍ ସମୟରେ ଧୋନୀ ଦେଇଥିବା ପରାମର୍ଶ ତାଙ୍କୁ ଜଣେ ଭଲ କ୍ରିକେଟର କରିବାରେ ସହାୟକ ହୋଇଛି। କାରଣ ଧୋନୀ ଅଧିକାଂଶ ସମୟରେ ତାଙ୍କ ଭଳି ୫ ନଚେତ ୬ ସ୍ଥାନରେ ବ୍ୟାଟିଂ କରିଥାନ୍ତି। ତାଙ୍କୁ ଖେଳରେ କି ପରିବର୍ତ୍ତନ ଅଣାଯିବା ଉଚିତ୍ ବୋଲି ପଚରାଯିବାରେ ପରାମର୍ଶ ଦେଇ ‘ଯେମିତି ଖେଳୁଛ ବହୁତ ଭଲ ଖେଳୁଛ। ସେମିତି ଖେଳ’ ବୋଲି ଧୋନୀ କହିଥିଲେ ବୋଲି ରିଙ୍କୁ କହିଛନ୍ତି।

Share