Categories: ଖେଳ

ଆହତ ଶ୍ରେୟସଙ୍କ ସ୍ଥାନରେ ଏହି ଯୁବ କ୍ରିକେଟରଙ୍କୁ ମିଳିପାରେ କେକେଆର୍‌ର ନେତୃତ୍ୱ

ନୂଆଦିଲ୍ଲୀ,୧୫।୩: ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଅନେକ ଦଳର ଅଡୁଆ ଶେଷ ହେବାର ନାଁ ନେଉନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ପରେ ଏବେ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)କୁ ଝଟ୍‌କା ଲାଗିଛି। କେକେଆର୍‌ର ନିୟମିତ ଅଧିନାୟକ ଶ୍ରେୟସ ଆୟର ଆହତ ହୋଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଯୁବ ଖେଳାଳି ରିଙ୍କୁ ସିଂଙ୍କୁ ଦଳର ନେତୃତ୍ୱ ମିଳିପାରେ ବୋଲି କୁହାଯାଉଛି।

ରିପୋର୍ଟ ଅନୁଯାୟୀ, ଶ୍ରେୟସଙ୍କ ଅନୁପସ୍ଥିତିରେ ରିଙ୍କୁ ଦଳର ନୂତନ ଅଧିନାୟକ ହୋଇପାରନ୍ତି। ଶ୍ରେୟସ ଆଇପିଏଲ୍‌ର ପ୍ରଥମ କିଛି ମ୍ୟାଚ୍‌ ଖେଳିବେ ନାହିଁ। ସେ ଏବେ ପିଠି ଯନ୍ତ୍ରଣାକୁ ନେଇ ଚିକିତ୍ସିତ ହେଉଛନ୍ତି।

୨୫ ବର୍ଷୀୟ ରିଙ୍କୁ ଆଇପିଏଲ୍‌ରେ ମୋଟ ୧୭ ମ୍ୟାଚ ଖେଳିଛନ୍ତି। ଗତ ଆଇପିଏଲ୍‌ ସିଜନରେ ରିଙ୍କୁ ଅନେକ ଥର ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୪୮.୭୧ ଷ୍ଟ୍ରାଇକ ରେଟ୍‌ରେ ରିଙ୍କୁ ୭ ମ୍ୟାଚ୍‌ରେ ୧୭୪ ରନ ସଂଗ୍ରହ କରିଥିଲେ। ସେ କେକେଆର୍‌ର ପଞ୍ଚମ ସର୍ବାଧିକ ରନ ସ୍କୋରର ଥିଲେ।

Share