ଦଣ୍ଡ ଭୋଗିବେ ଦଙ୍ଗାକାରୀ

ଲଣ୍ଡନ,୬ା୮: ବ୍ରିଟେନରେ ପ୍ରବାସୀ ବିରୋଧୀ କଠୋର ଜାତୀୟତାବାଦୀ ସଂଗଠନଗୁଡ଼ିକ ପକ୍ଷରୁ ହିଂସାତ୍ମକ ସଂଘର୍ଷ ଉଗ୍ର ରୂପ ଧାରଣ କରିଥିବାବେଳେ ତୁରନ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ନିର୍ଦ୍ଦେଶ ଦେଇଛନ୍ତି। ମୁସଲମାନ ସମ୍ପ୍ରଦାୟଙ୍କୁ ଟାର୍ଗେଟ କରୁଥିବା ଦଙ୍ଗାକାରୀମାନଙ୍କୁ କଠୋର ଶାସ୍ତି ଭୋଗିବାକୁ ପଡ଼ିବ। ପୋଲିସ ମୁଖ୍ୟ ଓ ଜେଲ୍‌ ମୁଖ୍ୟମାନଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ଷ୍ଟାର୍ମର କହିଛନ୍ତି, ଆନ୍ଦୋଳନ ପଛର ଉଦ୍ଦେଶ୍ୟ ଯାହା ଥାଉ ନା କାହିଁକି ଏହା ସମ୍ପୂର୍ଣ୍ଣ ହିଂସା। ମସ୍‌ଜିଦ ଏବଂ ମୁସଲମାନ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହଁି।
ସାଉଥ୍‌ପୋର୍ଟରେ ହୋଇଥିବା ଆକ୍ରମଣରେ ୩ ଜଣ ସ୍କୁଲ୍‌ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣକାରୀ ଯୁବକ ଜଣେ କଟ୍ଟରପନ୍ଥୀ ଇସ୍‌ଲାମିଷ୍ଟ ବୋଲି ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଗତ ମଙ୍ଗଳବାର ହିଂସାକାଣ୍ଡ ଆରମ୍ଭ ହୋଇ ଏହା ବିଭିନ୍ନ ସହରକୁ ବ୍ୟାପିଥିଲା। ତେବେ ଉକ୍ତ ୧୭ ବର୍ଷୀୟ ଯୁବକ ଜଣକ ବ୍ରିଟେନ ଜନ୍ମିତ ଏବଂ ସେ ସମ୍ପୃକ୍ତ ଥିବା ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ଭାବେ ନିଆଯାଇପାରିବ ନାହିଁ ବୋଲି ପୋଲିସ କହିଥିଲା।
ଶରଣାର୍ଥୀମାନେ ଆଶ୍ରୟ ନେଇଥିବା ଏକ ହୋଟେଲରେ ବିକ୍ଷୋଭକାରୀ ରବିବାର ଭଙ୍ଗାରୁଜା କରିବା ସହ କେତେକ ଦୋକାନରେ ନିଆଁ ଲଗାଇଦେଇଥିଲେ। ଲିଭରପୁଲ୍‌, ହୁଲ୍‌, ବ୍ରିଷ୍ଟଲ, ଲିଡ୍ସ, ବ୍ଲାକପୁଲ୍‌, ଷ୍ଟୋକ୍‌-ଅନ୍‌-ଟ୍ରେଣ୍ଟ, ବେଲ୍‌ପାଷ୍ଟ, ନଟ୍ଟିଙ୍ଗ୍‌ହାମ ଏବଂ ମଞ୍ଚେଷ୍ଟରରେ ଶନିବାର ପୋଲିସ ଏବଂ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଭଳି ଆପରାଧିକ ବିଶୃଙ୍ଖଳା ଓ ହିଂସା ପାଇଁ ବିକ୍ଷୋଭକାରୀଙ୍କୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ବ୍ରିଟେନ୍‌ ଗୃହ ସଚିବ ୟବେଟେ କୁପର ଚେତାବନୀ ଦେଇଛନ୍ତି। ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରତି ସରକାରଙ୍କ ପୂର୍ଣ୍ଣ ସମର୍ଥନ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ।
ରୋଥରହାମ୍‌, ବୋଲଟନ ଓ ଅନ୍ୟ ଭାଗରେ ହିଂସା ଲାଗିରହିଥିବାବେଳେ ବ୍ରିଟେନ ପୋଲିସ ଇତିମଧ୍ୟରେ ଶତାଧିକ ଦଙ୍ଗାକାରୀଙ୍କୁ ଗିରଫ କଲାଣି। ହିଂସାକାଣ୍ଡ ପାଇଁ ପୋଲିସ ଇଂଲିଶ ଡିଫେନ୍ସ ଲିଗ୍‌କୁ ଦାୟୀ କରିଛି। ଏହି ଲିଗ୍‌ ହେଉଛି ଇସ୍‌ଲାମ ବିରୋଧୀ ସଂଗଠନ ଯାହା ୧୫ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ନିବେଶ ପାଇଁ ଆମେରିକୀୟ ସିଇଓଙ୍କୁ ମୋଦିଙ୍କ ଆହ୍ବାନ

ନ୍ୟୁୟର୍କ,୨୩ା୯(ପି.ଟି.):ଆମେରିକାର ବୃହତ୍‌ ପ୍ରଯୁକ୍ତି ସଂସ୍ଥାଗୁଡ଼ିକର ସିଇଓମାନଙ୍କୁ ଭାରତରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି। ରବିବାର ଆମେରିକାର ବୃହତ୍‌...

ଲେବାନନ୍‌ର ୩୦୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ: ୧୦୦ ମୃତ, ୪୦୦ ଆହତ

ବେରୁଟ୍‌/ଜେରୁଜେଲମ,୨୩।୯: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହେଜ୍‌ବୋଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ ୩୦୦ ସ୍ଥାନରେ ରକେଟ୍‌...

ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ...

ଜାପାନ-ଆମେରିକା ଉପରେ ଆକ୍ରମଣ କରିବ ଚାଇନା? ଚମକାଇ ଦେଲେ ବିଶେଷଜ୍ଞ

ଟୋକିଓ,୨୩।୯: ତାଇୱାନର ଉତ୍ତେଜନା ଏବଂ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ବିବାଦ ମଧ୍ୟରେ ଚାଇନା-ଜାପାନ ସମ୍ପର୍କ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶାନ୍ତି...

ରାଷ୍ଟ୍ରପତି ନିର୍ବାଚନ ହାରିଗଲେ କ’ଣ କରିବେ ଟ୍ରମ୍ପ? ଏବେ କଲେ ସ୍ପଷ୍ଟ

ଓ୍ବାଶିଂଟନ,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି। ନିର୍ବାଚନ ତାରିଖ ନଭେମ୍ବର ୫ ରଖାଯାଇଛି। ରବିବାର ଏକ ଇଭେଣ୍ଟରେ ରିପବ୍ଲିକାନ ପାର୍ଟି...

ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୩।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଅନୁରା କୁମାରା ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତ ସହ କାମ କରିବାକୁ ନିଜର...

କ୍ୱାଡ୍‌ରେ ଚାଇନାକୁ ଟାର୍ଗେଟ

ଓ୍ବିଲ୍‌ମିଙ୍ଗଟନ୍‌,୨୩ା୯: ବିଶ୍ୱର ମଙ୍ଗଳ ପାଇଁ କ୍ୱାଡ୍‌ ଏକ ଶକ୍ତି। ଏହି ମେଣ୍ଟର ବର୍ତ୍ତମାନ ଭଳି ରଣନୀତିକ ଏକତା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ଆମେରିକା,...

ମୋଦିଙ୍କୁ ଭୁଲିଗଲେ ବାଇଡେନ୍‌

ଓ୍ବିଲ୍‌ମିଙ୍ଗଟନ୍‌,୨୩।୯ : କ୍ୱାଡ୍‌ ସମ୍ମିଳନୀ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭୁଲାପଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଡେଲାଓ୍ବାରେଠାରେ ରବିବାର ସକାଳେ ଏକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri