Categories: ଜାତୀୟ

ଅଯୋଧ୍ୟାରେ ଦଙ୍ଗା ଷଡ଼ଯନ୍ତ୍ର ପଣ୍ଡ: ୭ ମାଷ୍ଟରମାଇଣ୍ଡ ଗିରଫ

ଆଯୋଧ୍ୟା,୨୯।୪: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ବିଭିନ୍ନ ଧାର୍ମିକ ସ୍ଥାନରେ ଆପତ୍ତିଜନକ ପୋଷ୍ଟର, ମାଂସ ଏବଂ ଚିରିଯାଇଥିବା ଧାର୍ମିକ ପୁସ୍ତକ ଫିଙ୍ଗି ଦଙ୍ଗା ସୃଷ୍ଟି କରିବାକୁ ଷଡଯନ୍ତ୍ର କରିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଆଉ ଚାରି ଜଣଙ୍କୁ ଖୋଜା ଚାଲିଛି। ମୁଖ୍ୟ ଅଭିଯୁକ୍ତ ମହେଶ ମିଶ୍ର ହେଉଛନ୍ତି ହିନ୍ଦୁ ଯୋଦ୍ଧା ସଂଗଠନର ମୁଖ୍ୟ। ସେ ତାଙ୍କର ୧୦ ଜଣ ସହଯୋଗୀଙ୍କ ସହ ଦୁଇଟି ମସଜିଦ ଉପରେ ଏବଂ ରାସ୍ତାରେ ଗୋଟିଏ ସ୍ଥାନରେ ଆପତ୍ତିଜନକ ପୋଷ୍ଟର ଫିଙ୍ଗି ଦଙ୍ଗା ପାଇଁ ଷଡଯନ୍ତ୍ର କରିଥିଲେ। ମସଜିଦ ଏବଂ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିସିଟିଭିରେ ଅଭିଯୁକ୍ତଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଦେଖାଯାଇଥିଲା। ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିବାରେ ପୋଲିସ ବଡ଼ ସଫଳତା ହାସଲ କରିଛି। ପୋଲିସର ସୂଚନାନୁସାରେ, ଦିଲ୍ଲୀ ଘଟଣାରେ ଅଭିଯୁକ୍ତମାନେ ନିରାଶ ଥିଲେ।

Share