କ୍ଷମତା ଗଲାପରେ ବିଦ୍ରୋହ

ବ୍ରାସିଲିଆ,୧୦ା୧: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ସମର୍ଥକମାନେ ରବିବାର ରାଜଧାନୀ ବ୍ରାସିଲିଆରେ ଥିବା ଦେଶର ପାର୍ଲାମେଣ୍ଟ (କଂଗ୍ରେସ ଭବନ), ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟ ସମେତ ବିଭିନ୍ନ ସରକାରୀ ବିଲ୍ଡିଂରେ ଧସେଇ ପଶି ହଙ୍ଗାମା କରିଛନ୍ତି। ରାଷ୍ଟ୍ରପତି ଭବନ ପ୍ଲାନାଲ୍ଟୋ ପ୍ୟାଲେସ୍‌ ବାହାରେ ବୋଲସୋନାରୋଙ୍କ ସମର୍ଥକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଥିଲା। ଦଙ୍ଗାକାରୀମାନେ କଂଗ୍ରେସ ଭବନ ମଧ୍ୟକୁ ଧସେଇ ପଶିବାରୁ ସେମାନଙ୍କୁ ତଡ଼ିବା ଲାଗି ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଲୁଇସ୍‌ ଇନାସିଓ ଲୁଲା ଡା ସିଲ୍‌ଭା ବ୍ରାଜିଲ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାର ସପ୍ତାହେ ପରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକମାନେ ଏଭଳି ଦଙ୍ଗା ସୃଷ୍ଟି କରିଛନ୍ତି। ସେମାନେ ସରକାରୀ ବିଲ୍ଡିଂଗୁଡ଼ିକର କବାଟ ଝରକା ଭଙ୍ଗାରୁଜା କରିବା ସହ କେତେକ ଗାଡ଼ି ପୋଡ଼ିଦେଇଛନ୍ତି। ସୁରକ୍ଷା ବଳ ଯେପରି ବିଲ୍ଡିଂରେ ପ୍ରବେଶ କରି ନ ପାରିବେ, ସେଥିପାଇଁ ଦଙ୍ଗାକାରୀମାନେ ଆସବାବପତ୍ରଗୁଡ଼ିକୁ ବ୍ୟାରିକେଡ୍‌ ଭାବେ ବ୍ୟବହାର କରିଥିଲେ।
ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକମାନଙ୍କୁ ଦଣ୍ଡିତ କରିବାକୁ ରାଷ୍ଟ୍ରପତି ଲୁଲା ପ୍ରତିଜ୍ଞା କରିଛନ୍ତି। ରାଜଧାନୀ ବ୍ରାସିଲିଆରେ ଯାହା ଘଟିଲା, ତାହା ଅତ୍ୟନ୍ତ ବର୍ବରୋଚିତ ଏବଂ ସୁରକ୍ଷାର ଅଭାବ ବୋଲି ଲୁଲା କହିଛନ୍ତି। ବୋଲସୋନାରୋଙ୍କ ଫାସିବାଦୀ ସମର୍ଥକମାନେ କଂଗ୍ରେସ ଭବନ, ସୁପ୍ରିମକୋର୍ଟ ଏବଂ ପ୍ଲାନାଲ୍ଟୋ ପ୍ରେସିଡେନ୍ସିଆଲ୍‌ ପ୍ୟାଲେସ୍‌ ବାହାରେ ସଶସ୍ତ୍ର ବଳର ବ୍ୟାରିକେଡ୍‌କୁ ଭାଙ୍ଗି ଧସେଇ ପଶିଥିଲେ। ରାଜନୀତିରେ ଏହି ଖଳ ଲୋକମାନଙ୍କୁ ଖୋଜି ବାହାର କରାଯାଇ ଦଣ୍ଡିତ କରାଯିବ ବୋଲି ଲୁଲା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।
ରବିବାର ସକାଳେ ବହୁସଂଖ୍ୟାରେ ଲୋକେ କଂଗ୍ରେସ ଭବନ ଅଭିମୁଖେ ଯାଉଥିବା ଦେଖାଯାଇଥିଲା। ସେମାନେ କଂଗ୍ରେସ ନିମ୍ନ ସଦନ ବାହାରେ ଥିବା ଗ୍ରୀନ୍‌ ରୁମ୍‌ରେ ପହଞ୍ଚତ୍ଥିଲେ ବୋଲି ଅନ୍ତରୀଣ ସିନେଟ ଅଧ୍ୟକ୍ଷ ଭେନେଜିଆନୋ ଭିଟଲ ଡୋ ରୋଗୋ କହିଛନ୍ତି। ବୋଲସୋନାରୋଙ୍କ ଅନ୍ୟ ସମର୍ଥକମାନେ ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତି ଭବନରେ ପ୍ରବେଶ କରୁଥିବା ଦେଖାଯାଇଥିଲା। ସେତେବେଳକୁ ସେଠାରେ ଦଙ୍ଗାନିରୋଧୀ ପୋଲିସ ଓ ବ୍ରାଜିଲୀୟ ସଶସ୍ତ୍ର ବଳ ପହଞ୍ଚତ୍ ସାରିଥିଲେ। ବିକ୍ଷୋଭକାରୀମାନେ କଂଗ୍ରେସ ଭବନ କାର୍ପେଟରେ ନିଆଁ ଲଗାଇବାକୁ ଉଦ୍ୟମ କଲାବେଳେ ସ୍ପିଙ୍କଲର ସିଷ୍ଟମ୍‌କୁ ଆକ୍ଟିଭେଟ୍‌ କରାଯିବାରୁ ଗୃହରେ ପାଣି ଭର୍ତ୍ତି ହୋଇଯାଇଥିଲା। ଦଙ୍ଗାକାରୀମାନେ ବିଲ୍ଡିଂରେ ଥିବା ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ଉପହାର ଓ ଅନ୍ୟାନ୍ୟ କାରୁକାର୍ଯ୍ୟ ଭଙ୍ଗାରୁଜା କରୁଥିବା ଅନ୍ୟ ଭିଡିଓରୁ ଦେଖାଯାଇଛି। ବୋଲସୋନାରୋ ମଧ୍ୟ ତାଙ୍କ ସମର୍ଥକମାନଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଶାନ୍ତିପୂର୍ଣ୍ଣ ଓ ଆଇନସମ୍ମତ ପ୍ରତିବାଦ ଗଣତନ୍ତ୍ରର ଅଂଶ ହୋଇଥିବାବେଳେ ସରକାରୀ ବିଲ୍ଡିଂରେ ଧସେଇ ପଶି ଭଙ୍ଗାରୁଜା କରିବା ନିୟମବିରୁଦ୍ଧ ବୋଲି ସେ ଟୁଇଟ୍‌ କରିଛନ୍ତି। ଗତବର୍ଷ ଅକ୍ଟୋବର ୩୦ରେ ବ୍ରାଜିଲ ନିର୍ବାଚନରେ ବୋଲସୋନାରୋଙ୍କୁ ହରାଇ ଲୁଲା ଡା ସିଲ୍‌ଭା କ୍ଷମତାକୁ ଆସିଥିଲେ। ତେବେ ବୋଲସୋନାରୋ ଓ ତାଙ୍କ ସମର୍ଥକମାନେ ପରାଜୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। ବ୍ରାସିଲିଆରେ ରବିବାର ଘଟିଥିବା ବିଶୃଙ୍ଖଳିତ କାର୍ଯ୍ୟକୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦେଶର ନେତାମାନେ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନୂଆ କୁଏତ୍‌’ ନିର୍ମାଣ ପାଇଁ ଭାରତ ପାଖରେ ଦକ୍ଷତା ଓ ପ୍ରଯୁକ୍ତି ରହିଛି: ପ୍ରଧାନମନ୍ତ୍ରୀ ମୋଦି

କୁଏତ୍‌ ସିଟି,୨୧ା୧୨: ଦୁଇଦିନିଆ କୁଏତ୍‌ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସେଠାରେ ଅନୁଷ୍ଠିତ ‘ହାଲା ମୋଦି’ ଡାଏସ୍‌ପୋରା କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ଭେଟି...

୪ ଘଣ୍ଟାର ଦୂରତା, ହେଲେ ପ୍ରଧାନମନ୍ତ୍ରୀଙ୍କୁ ଏଠାକୁ ଆସିବାକୁ ଲାଗିଗଲା ୪୦ ବର୍ଷ, ଏମିତି କାହିଁକି କହିଲେ ମୋଦି

କୁଏତ ସିଟି,୨୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କୁଏତ ଗସ୍ତରେ ଅଛନ୍ତି। ଶନିବାର (ଡିସେମ୍ବର ୨୧, ୨୦୨୪)ରେ ଏକ କାର୍ଯ୍ୟକ୍ରମ ‘ହାଲା ମୋଦି’କୁ ସମ୍ବୋଧିତ...

ହଜିଯାଇଛି କରୋନାଠାରୁ ଶହେ ଗୁଣା ମାରାତ୍ମକ ଭାଇରସ! ଚିନ୍ତାରେ ସାରା ବିଶ୍ୱ

କାନବେରା,୨୧।୧୨: ଯଦିଓ କରୋନା ଜୀବାଣୁ (କୋଭିଡ ୧୯) ବର୍ତ୍ତମାନ ଇତିହାସପାଲଟିଛି, ତଥାପି ଆଜି ବି ଏହି ମହାମାରୀକୁ ମନେ ପକାଇ ବିଶ୍ୱ ଭୟଭୀତ ହୁଏ। ଅନେକ...

ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ୧୬ ଯବାନ ନିହତ, ୮ ଆହତ

ଇସଲାମାବାଦ,୨୧।୧୨: ପାକିସ୍ତାନର ଖୈବର ପାଖତୁନଖ୍ବାଠାରେ ଆତଙ୍କବାଦୀ ଆକ୍ରମଣ ହେବାର ଖବର ମିଳିଛି। କୁହାଯାଉଛି ଯେ ମକିନ ଅଞ୍ଚଳରେ ଏହି ଆକ୍ରମଣ ଗତ କିଛି ମାସ ମଧ୍ୟରେ...

୪୩ ବର୍ଷ ପରେ କୁଏତ ଗସ୍ତ କରିଛନ୍ତି ମୋଦି, ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ କରିବେ ଆଲୋଚନା

କୁଏତ୍‌,୨୧ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ଗସ୍ତରେ ଯାଇ କୁଏତରେ ପହଞ୍ଚିଛନ୍ତି। ଯେଉଁଠାରେ ସେ କୁଏତ ନେତୃତ୍ୱଙ୍କ ସହ ଆଲୋଚନା କରିବେ। କୁଏତର...

ରୁଷିଆରେ ୟୁକ୍ରେନର ବଡ଼ଧରଣର ଆକ୍ରମଣ: ଶିଶୁଙ୍କ ସମେତ ୬ ମୃତ, ୧୦ରୁ ଅଧିକ ଗୁରୁତର

ମସ୍କୋ,୨୧ା୧୨: ରୁଷିଆର କଜାନ ସହର ଉପରେ ୟୁକ୍ରେନ ଏକ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣ ଆମେରିକାର ୯/୧୧ ଷ୍ଟାଇଲ୍‌ରେ ହୋଇଛି। ଫଳରେ ଶିଶୁଙ୍କ...

୯/୧୧ ଭଳି ରୁଷିଆ ଉପରେ ୟୁକ୍ରେନର ଭୟଙ୍କର ଡ୍ରୋନ୍‌ ମାଡ଼, ୩ ବିଲ୍ଡିଂ ଧ୍ୱଂସ

କିଭ୍‌/ମସ୍କୋ,୨୧ା୧୨: ରୁଷିଆର କଜାନ ସହରରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଠାକାର ତିନୋଟି ବଡ଼ ବିଲ୍ଡିଂରେ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଏହା ଆମେରିକାର ୯/୧୧ ଘଟଣା...

ସୁନୀତା ଓ୍ବିଲିୟମ୍ସଙ୍କୁ କେତେ ମିଳେ ଦରମା? ଏପରି ରିସ୍କ କଭର୍‌ ପାଇଁ ନାସା ଦିଏ ସ୍ପେଶାଲ…

ଓ୍ବାଶିଂଟନ୍‌,୨୧।୧୨: କୁହାଯାଏ କି ମହାକାଶଚାରୀମାନେ ଦୁନିଆର ସବୁଠାରୁ ସାହସୀ ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ପୃଥିବୀର ମାଧ୍ୟାକର୍ଷଣକୁ ଚ୍ୟାଲେଞ୍ଜ କରି ମହାକାଶକୁ ଯାତ୍ରା କରନ୍ତି। ଏହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri